ପୁରୀ : (ମନୋଜ କୁମାର ବଳିଆରସିଂ )ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ, ପୁରୀ ଙ୍କ ଅନୁରୋଧ ରକ୍ଷାକରି ପୁରୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅଭିମନ୍ୟୁ ବେହେରା ମହୋଦୟ ଗୁଣ୍ଡିଚା ବିହାର,ଗୁରୁ ବିହାର ଓ ସର୍ବୋଦୟ ନଗର ଅଞ୍ଚଳର ବିଭିନ୍ନ ସମସ୍ୟା ଯଥା ମୁଖ୍ୟ ନାଳ ଓ ସଂଲଗ୍ନ ନାଳ ସମୂହର ସଫେଇ ସ୍ୱରେଜ ଓ ଡ୍ରେନେଜ ବ୍ୟବସ୍ଥା ର ତ୍ୱରିତ ପୁନଃରୁଦ୍ଧାର ,ରାସ୍ତା ମରାମତି ,ଖୋଲା ଡ୍ରେନ ରେ ସ୍ଲାବ ପକେଇ ବନ୍ଦ କରିବା ବିଷୟ ଆଲୋଚନା ପୂର୍ବକ ପ୍ରତ୍ୟେକ ଅଞ୍ଚଳ ବୁଲି ଦେଖିଥିଲେ ।

ସମସ୍ତ ସମସ୍ୟାର ଉପଯୁକ୍ତ ସମାଧାନ ଯଥାଶୀଘ୍ର କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ କୁ ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ ସଭାପତି ତଥା ପୂର୍ବତନ କାଉନସିଲର ଶ୍ରୀ ପ୍ରଦୀପ କୁମାର ନାୟକ ,ସମ୍ପାଦକ ଶ୍ରୀ ସୁରେଶ କୁମାର ଦଳେଇ ,ଶ୍ରୀ ସଂଗ୍ରାମ କେଶରୀ ମିଶ୍ର ,ଶ୍ରୀ ରମେଶ ଚନ୍ଦ୍ର ରଥ ,ଅଭୟ କୁମାର ମିଶ୍ର ,ସୁକାନ୍ତ ଚନ୍ଦ୍ର ପାଇକରାୟ ଓ ଶ୍ରୀ କୃପାସିନ୍ଧୁ ରାଉତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ କ୍ଷେତ୍ର ପରିଦର୍ଶନ ରେ ଅଂଶ ଗ୍ରହଣ କରିଥିଲେ।