
କାଶୀପୁର(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପୂଣି ଏକ ନୂତନ ଜନନୀ ଏକ୍ସପ୍ରେସ ୧୦୮ ଆମ୍ବୁଲାନ୍ସ ଆସିଛି।ଏମ୍ରି ଗ୍ରୀନ ହେଲଥ ସେର୍ଭିସ ଭୁବନେଶ୍ୱର ଙ୍କ ଆନୁକୂଲ୍ୟରେ ରାୟଗଡା ଜିଲ୍ଲା କାଶୀପୁର ଭଳି ଏକ ଅନୁନ୍ୟତ ଅପହଞ୍ଚ ତଥା ଦୁର୍ଗମ ବ୍ଲକ ଭାବେ ସମଗ୍ର ରାଜ୍ୟରେ ପରିଚିତ କାଶୀପୁର ଅଞ୍ଚଳବାସୀ ଙ୍କ ପାଇଁ ୬ ବର୍ଷ ପରେ ଏକ ନୂତନ ଜନନୀ ଏକ୍ସପ୍ରେସ ୧୦୮ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି।ପ୍ରକାଶ ଥାଉକି କାଶୀପୁର ବ୍ଲକ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଶୁଙ୍ଗେର, ମାଣ୍ଡିବିଶି, ଗୋରଖପୁର,ଟିକିରି ଓ ଡ଼ଙ୍ଗାସିଲ ଭଳି ପାଞ୍ଚଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ। କାଶୀପୁର ବ୍ଲକ ଅନୁନ୍ୟତ ବ୍ଲକ ହୋଇଥିବା ସତ୍ୱେ ଏକ ମାତ୍ର ଜନନୀ ଏକ୍ସପ୍ରେସ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ପୂର୍ବରେ ଉକ୍ତ ସଂସ୍ଥା ତରଫରୁ ଦିଆଯାଇଥିଲା।
ଉକ୍ତ ଗାଡିଟି ବ୍ଲକ ର ୨୪ ଟି ପଞ୍ଚାୟତ ଲୋକଙ୍କ ପାଇଁ ଏକ ମାତ୍ର ଭରସା ବ୍ୟତୀତ ଅନ୍ୟ ବିକଳ୍ପ ନ ଥିଲା। ଅନେକ ସମୟରେ ପ୍ରସବ ପୀଡ଼ିତାଙ୍କ ପାଇଁ ନାହିଁ ନଥିବା ଅସୁବିଧା ହେଉଥିଲେ ସୁଦ୍ଧା ଏକ ମାତ୍ର ଗାଡି ଥିବାବେଳେ ଠିକ ସମୟ ରେ ରୋଗୀସେବା ଯୋଗାଇ ଦେବାରେ ବିଭିନ୍ନ ସମସ୍ୟା ର ଶମ୍ବୁଖୀନ ହେଉଥିଲା। କଉଠି ଆଜି ପର୍ଯ୍ୟନ୍ତ ଉପଯୋଗୀ ସଡକ ନାହିଁ ତ କେଉଁ ଅଞ୍ଚଳ ରେ ନଦୀନାଳ, ନର୍ଦମା ର ବାଧକ, ଏବଂ ଅନେକ ସ୍ଥାନରେ ପାହାଡ ପର୍ବତ ଦେଇ ଆବଡା ଖବଡ଼ା ରାସ୍ତା ରେ ଏହି ଗାଡି ଯିବାର ସୁବିଧା ହେଉଥିଲା, ହେଲେ ମଧ୍ୟ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସ ଏବଂ ୧୦୮ ଆମ୍ବୁଲାନ୍ସ ଡ୍ରାଇବର ମାନେ ନିଷ୍ଠାପର ଭାବେ ନିଜ କର୍ତବ୍ୟ କୁ ଅଞ୍ଚଳରେ ପ୍ରତିପାଦନ କରି ଅନେକାଂଶ ରେ ବିଭିନ୍ନ ମହଲରେ ଏବଂ ସମଗ୍ର ରାଜ୍ୟରେ ପ୍ରଶଂସା ପାଇଛନ୍ତି।
ବର୍ତ୍ତମାନ ପୂଣି ଏମ୍ରି ଗ୍ରୀନ ହେଲଥ ସ୍ୱେର୍ଭିଶ ଙ୍କ ତରଫରୁ କାଶୀପୁର ବ୍ଲକ ପାଇଁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଜନନୀ ଏକ୍ସପ୍ରେସ ଯୋଗାଇ ଦେଇଥିବା ହେତୁ ଅଞ୍ଚଳରେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।ବର୍ତମାନ ଉପାନ୍ତ ଅଞ୍ଚଳ କହିଲେ ଡ଼ଙ୍ଗାସିଲ ପଞ୍ଚାୟତ ଓ ଶୁଙ୍ଗେର ପଞ୍ଚାୟତ ପାଇଁ ଦୁଇଟି ଆମ୍ବୁଲାନ୍ସ ସରକାରଙ୍କ ତରଫରୁ ଯୋଗାଇ ଦିଆଗଲେ କାଶୀପୁର ବ୍ଲକ ବାସୀ ନିଅଛିନ୍ତ ଉପକୃ ହେବେ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ନୂତନ ଜନନୀ ଏକ୍ସପ୍ରେସ ଗାଡିର ଶୁଭ ଉଦଘାଟନ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନେତ୍ରାନନ୍ଦ ନାୟକ,ଜିଲ୍ଲା ଜନନୀ ଏକ୍ସପ୍ରେସ ଓ ୧୦୮ ଆମ୍ବୁଲାନ୍ସ ସେବା ଦାୱିତ୍ୱ ରେ ଥିବା ଅଧିକାରୀ ଶୁଭ୍ରାଂଶୁ ସେନାପତି, BPM ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାଶୀପୁର, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମେତ ୧୦୮ ଆମ୍ବୁଲାନ୍ସ ଓ ଜନନୀ ଏକ୍ସପ୍ରେସ ଡ୍ରାଇଭର ମାନେ ଉପସ୍ଥିତ ଥିଲେ।