
ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତୁକୁଲୁଣ୍ଡା ଜଙ୍ଗଲ ଭିତରୁ ଚୋରି ହୋଇଥିବା ଟ୍ରାକ୍ଟର ଉଦ୍ଧାର କରିଚି ପୁରୁଣା କଟକ ପୋଲିସ l ସୂଚନା ମତେ ଗତ 3 ତାରିଖ ରେ ପୁରୁଣା କଟକ ପୁରୁଣାକଟକ ଗ୍ରାମର ମିଲନ କୁମାର ଦାସ ଗତ କାଲି ନିଜ (OD-27A0034 ) ଥିବା ଟ୍ରାକଟର କୁ ଜାତୀୟ ରାଜପଥ 57 କଡରେ ଥିବା ପୁରୁଣାକଟକ ଏଚ ପି ଗ୍ୟାସ ଦୋକାନ ସାମ୍ନା ରେ ରଖିଥିଲେ l
ସକାଳୁ ରଖିଥିବା ଜାଗାରେ ଟ୍ରାକଟର ନ ଥିବାରୁ ଅନ୍ୟତ୍ର ଖୋଜା ଖୋଜି କରି ପାଇନ ଥିଲେ l ଫଳରେ ଟ୍ରାକଟର ଚୋରି ହୋଇଥିବା ନେଇ ପୁରୁଣାକଟକ ଥାନାରେ ଆଜି ଏକ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସାଦ ଦାସ ଙ୍କ ନେତୃତ୍ୱ ରେ ଏକ ଟିମ ଚୋରି ଘଟଣା ର ତଦନ୍ତ ଜାରି ରଖିଲା ପୋଲିସ ଉକ୍ତ ଟ୍ରାକ୍ଟର ଟି ନିକଟସ୍ତ ତୁକୁଲୁଣ୍ଡା ଜଙ୍ଗଲ ଭିତରେ ଥିବା ବେଳେ ଚୋରି ଗାଡି କିଣିବା ପାଇଁ ନୟାଗଡ଼ ଜିଲ୍ଲା ରଣପୁର ଥାନା ମାଲିସାହି କାର୍ତିକ ବଣ୍ଠ କୁ ପୋଲିସ ଧରିଥିଲା l
କିନ୍ତୁ ମୁଖ୍ୟ ଆସାମୀ ଫେରାର ଥୁବାରୁ ଜଣଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରାଯାଇଥିଲା ବୋଲି ଏ ଏସ ଆଇ ବ୍ରହ୍ମନନ୍ଦ ସୂଚନା ଦେଇଛନ୍ତି l ଅନ୍ୟପଟେ ଖୁବ ଶୀଘ୍ର ମୁଖ୍ୟ ଆସାମୀ ଧରାଜୀବ ବୋଲି ପୋଲିସ କହିଛି l