କାଶୀପୁର୨୪/୧ (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ଦୋରଗୁଡା ଥାନା ଅନ୍ତର୍ଗତ ଉତ୍କଳ ଆଲୁମିନା କାରଖାନା ର ଏକ କେଣ୍ଟିନ ରେ ବଡ ଧାରଣ ଏକ ଅଘଟଣ ଘଟି ଯାଇଥିବା ବେଳେ ପୀଡିତ ଯୁବକ ୩ ଦିନ ଧରି ନୂଆପଡା ମେଡ଼ିକାଲ ରେ ଭର୍ତ୍ତି ହେଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ଠିକାଦାର ଙ୍କ ଠାରୁ କେଣ୍ଟିନ ପରିଚାଳନା କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଙ୍କର ବି ଦେଖାନାହିଁ । ସେପଟେ ଜ୍ବଳା ପୋଡ଼ାରେ ଯୁବକ ଙ୍କୁ ଇଂଫେକ୍ସେନ ବଢି ଚାଲିଥିବାବେଳେ ରୋଜଗାରିଆ ପୁଅ ର ଏଭଳି ଅବସ୍ଥା ଦେଖି ଚିନ୍ତା ରେ ପରିବାର ଲୋକେ ।

ଘଟଣା ରେ ପୀଡିତ ଯୁବକ ଜଣକ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ମୁସ୍କଟା ଗ୍ରାମର ଅସ୍ତ ମୁଦୁଲି ଙ୍କର ପୁଅ ପୁରନ୍ଦର ମୁଦୁଲି । ପୁରନ୍ଦର ଦୀର୍ଘ ୭ ବର୍ଷ ଧରି ଅଞ୍ଚଳରେ ରହି ପରିବାର ପୋଷଣ କରିଆସୁଥିଲେ । ବୁଧବାର ସନ୍ଧ୍ୟାରେ ଉତ୍କଳ ଆଲୁମିନା ଟାଉନ ସିପ ର ଉକ୍ତ କେଣ୍ଟିନ ରେ ସେ ରୋଷେଇ କରୁଥିବା ବେଳେ ହଟାତ କୌଣସି କାରଣରୁ ତାଙ୍କ ଅଣ୍ଟା ଠାରୁ ମୁହଁ ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା । ଭାଗ୍ୟବୋଷତ୍ୱ ଘଟଣା ସମୟରେ କିଛି ସାଥି ତୁରନ୍ତ ସେ ପିନ୍ଧିଥିବା ସାର୍ଟ କୁ ଫାଡି ଦେହ ରୁ ଅଲଗା କରିଦେଇଥିଲେ । ତଥାପି ଶରୀର ର ୫୦% ପ୍ରତିଶତ ପୋଡି ଯାଇଥିବା ଦେଖିବାକୁ ମିଳିଛି।

ଘଟଣା ପରେ ତୁରନ୍ତ ସେଠାରେ କାର୍ଯ୍ୟରତ ଅନ୍ୟ କିଛି ସାଥି ତାଙ୍କୁ ନିକଟ ରେ ଥିବା ନୂଆପଡା ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ଖବର ପାଇ କଳାହାଣ୍ଡି ରୁ ପରିବାର ସଦସ୍ୟ ପହଞ୍ଚି ପୁଅ ଙ୍କର ସେବା କରୁଥିବାବେଳେ କେଣ୍ଟିନ ପରିଚାଳନା ଠିକାଦାର କିମ୍ବା ଠିକାଦାର ନା ରେ ପରିଚାଳନା କରୁଥିବା ଉତ୍କଳ ଆଲୁମିନା ର ଜଣେ ମଧ୍ୟ ଅଧିକାରୀ ଏ ପର୍ଯ୍ୟନ୍ତ ପୀଡିତ ଯୁବକଙ୍କୁ ଭେଟି ବାକୁ ଯାଇ ନ ଥିବା ପୀଡିତ ଯୁବକ ପ୍ରକାଶ କରିଛନ୍ତି ।

ରାନ୍ଧୁନିଆଁ ମାନଙ୍କ ସୁରକ୍ଷୀତ ପ୍ରତି କମ୍ପାନୀ କର୍ତ୍ତୃପକ୍ଷ ଅବହେଳା କରିଥିବା ରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇ ଆସୁଥିବାବେଳେ ଘଟଣା କୁ ୩ ଦିନ ବିତିଯାଇଥିବା ରୁ ଜଳି ଯାଇଥିବା ଅଂଶ ଇଂଫେକ୍ସେନ ହେବାରେ ଲାଗିଛି । ଏଣୁ ପୁଅ ର ଉଚ୍ଚ ଚିକିତ୍ସା ପାଇଁ ବିଶାଖାପାଟଣା ନେବାକୁ ପିତା ଅସ୍ତ ମୁଦୁଲି ସାହାଯ୍ୟ ପାଇଁ ଚାହିଁ ବସିଛନ୍ତି । କିନ୍ତୁ ନିରୀହ ର ସୁଯୋଗ ନେଇ ଦାଇତ୍ୱ ରେ ଥିବା ବ୍ୟକ୍ତି ମାନେ ଅବହେଳା କରିଚାଲିଛନ୍ତି । ତୁରନ୍ତ ଘଟଣା ର ସଂଜ୍ଞାନ ନେଇ ପୋଲିସ ପକ୍ଷରୁ ଏକ ଅଭିଯୋଗ ଦାଖଲ କରିବା ସହ କମ୍ପାନୀ ଉକ୍ତ ପୀଡିତ ଯୁବକ ଙ୍କୁ ସହଯୋଗ ର ହାତ ବଢ଼ାଇବା କୁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି ।