
ନବରଙ୍ଗପୁର(ବେଣୁ ଗୋପାଳ ରାଓ)ରାଇଘର ରେ ଦିନ ଦାହାଡ଼େ ବ୍ୟବସାୟୀଙ୍କୁ ଆକ୍ରମଣ l ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମାର ଜଣେ ମକା ଧାନ ବ୍ୟାପାରୀ ଅବଦୁଲ ଅବସରୀ ଯାହାର ବୟସ ୬୩ ବର୍ଷ l
ସେ ସକାଳ ୧୦ ଘଣ୍ଟିକା ସମୟରେ ମୋଟରସାଇକେଲ ଯୋଗେ ନିଜର ସହଯୋଗି ଗୁଡୁ ଧୋବା ଓ ୟୁନେସ ଲାଠିଆ ଙ୍କ ସହ ରାଇଘର ରୁ ଛତାବେଡ଼ା ବଜାରକୁ ଧାନ ମକା କିଣିବାକୁ ଯାଉଥିବା ସମୟରେ ଛତାବେଡ଼ା ମଶାଣି ନିକଟରେ ହଠାତ ୩ ଟି ମୋଟରସାଇକେଲ ରେ ୬ଜଣ ଦୃବୁତ ମୁହଁରେ ମାସ୍କ ବାନ୍ଧିଥିବା ଅବସ୍ଥାରେ ଆସି ରୋଡ ମାଧ୍ୟମରେ ତିନି ଜଣଙ୍କ ମୁଣ୍ଡରେ ମାଡ଼ ମାରି ୧୫ ଲକ୍ଷ ଟଙ୍କା ଓ ମୋବାଇଲ ଛଡାଇ ନେଇ ଫେରାର ହୋଇଥିବା ଘଟଣା ସାମ୍ନାକୁ ଆସିଛି l ଜଣେ ରାଇଘର ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ରାଇଘର ପୁଲିସ ଦୁଇ ଜଣ ଙ୍କୁ ଘଟଣାସ୍ଥଳରେ ନେଇ ତଦନ୍ତ ଜାରି ରଖିଥିବା ଜଣାପଡିଛି l