ଭୂବନେଶ୍ଵର : ଲୁଟ୍‌ କରିବା ପରେ ଦୋକାନକୁ ଗହଣା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ବାଇକ୍‌ ଧରି ଚମ୍ପଟ ମାରୁଥିଲେ ୩ ଦୁର୍ବୃତ୍ତ। ଆଉ ସେମାନଙ୍କୁ କାର୍‌ରେ ପିଛା କରିଥିଲେ ଗହଣା ଦୋକାନର କର୍ମଚାରୀ ସୁନୀଲ୍‌ ରାୟ ଓ ତାଙ୍କ ସାଥୀ।ଆଜି ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ କରିବାକୁ ଏକ ବାଇକରେ ତିନି ଦୁର୍ବୃତ୍ତ ଆସି ଉଦ୍ୟମ କରିଥିଲେ । ଏହାସହ ସେମାନେ ଗୁଳି ମାଡ଼ ମଧ୍ୟ କରିଥିଲେ ।

ଘଟଣା ସ୍ଥଳରେ ଦୋକାନକୁ ବିଦ୍ୟୁତ କାମ କରିବାକ ବସିଥିବା ନୀଳମାଧବ ପଣ୍ଡା ନାମକ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ଦୋକାନର ଦୁଇ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସୁନୀଲ ରାୟ ନାମକ ଜଣେ କର୍ମଚାରୀଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବି ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ଗୁରୁତର ରହିଛି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ପାଣିକୋଇଲି ଛକରେ ରହିଛି ପଣ୍ଡା ଅଳଙ୍କାର। ଆଜି ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ୩ ଦୁର୍ବୃତ୍ତ ସାଧାରଣ ଗ୍ରାହକଙ୍କ ପରି ଦୋକାନ ଭିତରେ ପଶିଥିଲେ। ଆଉ ଗହଣା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ନିଜ ପାଖରେ ରଖିଥିବା ପିସ୍ତଲ ବାହାର କରି ଗହଣା ଦୋକାନୀ କର୍ମଚାରୀଙ୍କୁ ଭୟଭୀତ କରାଯାଇଥିଲେ। ଏପରିକି ଫାଙ୍କା ଗୁଳି ଚାଳନା କରିଥିଲେ। ଯେଉଁଥିପାଇଁ ଗହଣା ଦୋକାନୀ କର୍ମଚାରୀମାନେ ଡ଼ରି ଯାଇଥିଲେ। ତା’ପରେ ସବୁ ଗହଣାକୁ ଗୋଟିଏ ବ୍ୟାଗରେ ପୁରାଇ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ।

ଗୁଳି ଚାଳନା ପର ର ଭିଡିଓ ଦେଖନ୍ତୁ ଏଠାରେ