ହରଭଙ୍ଗା (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବି ମା ଭୈରବୀ ଙ୍କ ନାମରେ ନାମିତ ଚତୁର୍ଥ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପୁରୁଣାକଟକ ମିନି ଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି l ନଭେମ୍ବର 29ତାରିଖ ରୁ ଡିସେମ୍ବର 4ତାରିଖ ପଯ୍ୟନ୍ତ 6ଦିନ ବ୍ୟାପି ହେବ କଳା, ସଂକୃତି, ଭକ୍ତି ଓ ଆଧ୍ୟାତ୍ମିକ ଭାବନାର ମହା ମିଳନ ଏହି ମହୋତ୍ସବ l ପ୍ରଥମେ ଏକ ବିରାଟ ପଟୁଆର ରେ ଶଙ୍ଖ, ଘଣ୍ଟ, ମୃଦଙ୍ଗ, ଢୋଲ ମହୁରୀ, ଅଘୋରୀ ନୃତ୍ୟ,କୃଷ୍ଣ ଗୁରୁ, ନାମ ସଂକୀର୍ତନ ଶୋଭାଯାତ୍ରା ରେ ମା ଙ୍କ ମନ୍ଦିରରୁ ଦିବ୍ୟ ଜ୍ୟୋତି ଓ ବିଜୟ ପ୍ରତିମା ହଜାର ହଜାର ଜନ ସାଧାରଙ୍କ ହରିବୋଲ ହୁଳହୁଳି ରେ ମହୋତ୍ସବ ପଡିଆରେ ପହଂଚି ମଣ୍ଡପ ରେ ଅବସ୍ଥାପିତ କରାଯାଇଥିଲା l

ସନ୍ଧ୍ୟା ଧୁପ ଓ ଆଳତି ପରେ ଅତିଥି ଗଣ ଙ୍କୁ ମଞ୍ଚକୁ ଆମନ୍ତ୍ରିତ କରାଯାଇଥିଲା l ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନିକ ଭାବେ ଚତୁର୍ଥ ରାଜ୍ୟ ସ୍ତରୀୟ ମା ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଘାଟିତ ହୋଇଥିଲା l ଉଦ୍ଘାଟନି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପାଳ ସୁବ୍ରତ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତି ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ସାଇ ଚ୍ୟାରିଟେବୁଲ ଟ୍ରଷ୍ଟ ର ପରିଚାଳକ ସଦାଶିବ ଦାସ, ହରଭଙ୍ଗା ବିଡ଼ିଓ ଶରତ ଚନ୍ଦ୍ର ସେଠୀ, ହରଭଙ୍ଗା ବ୍ଲକ ଅଧକ୍ଷା ସ୍ନେହଲତା ପ୍ରଧାନ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରତିକାନ୍ତ ବଳିୟାର ସିଂ ଉପସ୍ଥିତ ରହି କମିଟିର ସଭାପତି ଅଶୋକ କୁମାର ଅଗ୍ରୱାଲ ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜିତ ହୋଇଥିଲା l ଆବାହକ ବିଭୁଦତ୍ତ ବୋଷ ଙ୍କ ଆବାହକତ୍ୱରେ କମିଟିର ସମ୍ପାଦକ ବିବରଣୀ ପଠନ କରିଥିଲେ l ସରସ୍ବତୀ ବିଦ୍ୟାମନ୍ଦିର ପୁରୁଣାକଟକ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ଅତିଥି ପରିଚୟ କରାଯାଇ ମଞ୍ଚ ସଭାକାର୍ଯ୍ୟ ସମାପନ ହୋଇଥିଲା l

ପରେ ଭୁବନେଶ୍ୱର ଓଡସି ନୃତ୍ୟ,କସ୍ତୁରବା ବାଳିକା ବିଦ୍ୟାଳୟ ପୁରୁଣାକଟକ ଦ୍ୱାରା ପୂଜା ଥାଳି ଭଜନ ନୃତ୍ୟ, ସରସ୍ବତୀ ବିଦ୍ୟାମନ୍ଦିର ପୁରୁଣାକଟକ ଦ୍ୱାରା ନୃତ୍ୟ, ଭୈରବୀ କନିଷ୍ଠ ଓ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ, ଫୁଲବାଣୀ କ୍ଳବ ର ଆଦିବାସୀ ନୃତ୍ୟ, ବାଉଁଶୁଣି କଳା ପରିଷଦ ଦ୍ୱାରା ନୁଆଁଖାଇ ନୃତ୍ୟ ସ୍ଥାନୀୟ ଲୁକାୟିତ କଳା ଆଦି ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସମ୍ବଲପୁରୀ ନୃତ୍ୟ ଓ ଆଦିବାସୀ ନୃତ୍ୟ ରେ ଦର୍ଶକ ଝୁମିଥିବା ବେଳେ l ଅଥିତି ମାନେ ସମସ୍ତ ଷ୍ଟଲ ପରିଦର୍ଶନ କରିଥିଲେ l

ମହୋତ୍ସବ ପଡିଆରେ ସୁସ୍ୱାଦୁ ଖାଦ୍ୟ ଷ୍ଟଲ ରେ ଲୋକଙ୍କ ଭିଡ଼ ଜମିଥିବା ବେଳେ, ମିନାବଜାର ଚଟପଟି ଖାଦ୍ୟ, ଘରୋଇ ଉପକରଣ, ବିଭିନ୍ନ ବ୍ୟବସାୟିକ ଆଦି ଷ୍ଟଲ ଦେଖିବାକୁ ମିଳିଛି l ମଞ୍ଚ ପରିଚାଳନା ରମେଶ ଚନ୍ଦ୍ର ତାରେଣିଆ କରିଥିବା ବେଳେ ଜନ ଗହଳି କୁ ନେଇ ପୋଲିସ ପ୍ରଶାସନ ର ସହଯୋଗ ସହିତ ସମ୍ପାଦକ ଅଶୋକ ସେଠୀ,ସାଙ୍ଗଠନିକ ସମ୍ପାଦକ ପ୍ରାଣବନ୍ଧୁ ସାହୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ପଟ୍ଟନାୟକ, ସତୀଶ ବେହେରା, ମନୋଜ ପାଢ଼ୀ, ଅକ୍ରୁର ସେଠି, ଙ୍କ ସମେତ କମିଟିର ସମସ୍ତ ସଦସ୍ୟ, ଭୈରବୀ କ୍ଳବ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଏହି କ୍ରମରେ ଭୈରବୀ ମହୋତ୍ସବ ର ଏକ ପୁସ୍ତିକା ମଧ୍ୟ ଅତିଥି ଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି।ଏବଂ ହରଭଙ୍ଗା ବ୍ଲକ ପୁରୁଣାକଟକ ଡ୍ରାଇଭର ମହାସଂଘ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ କରିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି ମାଁ ଙ୍କ ପଟୁଆର ରେ ସାମିଲ ହୋଇ ସହଯୋଗ କରିଥିଲେ।