ବନ ବିଭାଗ ରଖିଛି ନଜର,. ସlତକୋଶିଆ ଗଣ୍ଡ ରୁ ଆସିଥିବା ଅନୁମାନ
ହରଭଙ୍ଗା ( ଉଗ୍ରସେନ କର୍ମୀ )ମହାନଦୀ ରେ ବୁଲୁଛି କୁମ୍ଭୀର, ନଦୀ କୁଳିଆ ବାସି ଭୟଭୀତ, କୁମ୍ଭୀର ର ଗତି ଵିଧି କୁ ନଜର ରଖିଛି ବନ ବିଭାଗ l ସୂଚନା ମତେ ହରଭଙ୍ଗା ବ୍ଲକ୍ କରଡ଼ି ଶିବ ମନ୍ଦିର ମହାନଦୀ ଘାଟରେ ଏକ 12 ଫୁଟ୍ ଲମ୍ବର ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି |
ଫଳରେ କରଡ଼ି ସମେତ ଆଖପାଖ ନଦୀ କୁଳିଆ ଗ୍ରାମବାସୀ ମହାନଦୀକୁ ସ୍ନାନ ଶୌଚ ପାଇଁ ଯିବାକୁ ଭୟ କରୁଥିବା ବେଳେ ବୌଦ୍ଧ ବନ ବିଭାଗ ଅଧିକାରୀ ଦେବ ପ୍ରିୟ କମ୍ପୋ ଙ୍କ ନିର୍ଦେଶ କ୍ରମେ ବୌଦ୍ଧ ରେଞ୍ଜ ଅଧିକାରୀ ଅର୍ଚନା ଗମାଙ୍ଗ ଓ ଏକ ଟିମ କୁମ୍ଭୀରର ଗତିବିଧି ନିରୀକ୍ଷଣ କରୁଥିବା ଜଣା ପଡିଛି l
ଉକ୍ତ କୁମ୍ଭୀର ପ୍ରଥମ ନଦୀ ବଢ଼ିରେ ଖାଦ୍ୟ ଅନ୍ୱେଷଣ ରେ ସାତ କୋଶିଆ ଗଣ୍ଡ ରୁ ପ୍ରାୟ ମହା ନଦୀର ଉପର ମୁଁହା 40କିଲୋମିଟର ରୁ ଉର୍ଦ୍ଧ କୁ ଉଠି ଆସି ବୌଦ୍ଧ ସହର ମର୍ଜାକୁଦ, କରଡ଼ି, ମଙ୍ଗଳପୁର, ରାମଗଡ ଆଦି ନଦୀ ଘାଟରେ ବିଭିନ୍ନ ସମୟରେ ଦେଖା ଦେଉଛି l l ବର୍ତ୍ତମାନ ଗତକାଲି ମହା ନଦୀରେ ପୁଣି ବଢ଼ି ଆସିଥିବାରୁ କରଡ଼ି ଓ ମଙ୍ଗଳପୁର, କୃଷ୍ଣ ମୋହନ ପୁର ଗ୍ରାମ ର ନଦୀ ମୁଁହlଣ ନିକଟରେ ଏହି କୁମ୍ଭୀର ଦେଖିବାକୁ ମିଳୁଥିବାରୁ ଲୋକେ ଆତଙ୍କିତ ଥିବା ଦେଖିବlକୁ ମିଳିଛି |