ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ ପାଇଁ ଡାକରା

ହରଭଙ୍ଗା ୫/୮ (ଚିତ୍ତ ରଞ୍ଜନ ସିଂ )ଖୋର୍ଦ୍ଧା ବଲାଙ୍ଗୀର ୫୭  ନମ୍ବର ଜାତୀୟ ରାଜପଥ ଏକ ଗୁରୁତ୍ୱପୂର୍ଣ ରାସ୍ତା। ଉକ୍ତ ରାସ୍ତା ଦେଇ ଦୈନିକ ଶହ ଶହ ସରକାରୀ, ବେ ସରକାରୀ ଯାନବାହାନ ଯିବାଆସିବା କରିଥାନ୍ତି।ଏମିତି କି ବହୁତ ଭାରି ଯାନବାହାନ ମଧ୍ୟ ଦୈନିକ ଏହି ରାସ୍ତା ଦେଇ ଯିବା ଆସିବା କରିଥାଏ।ଫଳରେ ରାସ୍ତା ର ବିଭିନ୍ନ ଯାଗାରେ ଖାଲ ଖମା ରେ ସୃଷ୍ଟି ହେଉଛି। ଆଉ କେତେକ ଯାଗାରେ ରାସ୍ତା ଦବି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି।ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବା ରେ ବହୁତ ଅସୁବିଧା ହେଉଛି।

ଅନେକ ସମୟରେ ଉକ୍ତ ରାସ୍ତା ରେ ବଡ଼ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି ଏବଂ ଅନେକ ଲୋକଙ୍କ ଧନ ଜୀବନ ମଧ୍ୟ ନଷ୍ଟ ହେଉଛି।ହରଭଙ୍ଗା ବ୍ଲକ ଦେଇ ଯାଇଥିବା ଉକ୍ତ 57 ନମ୍ବର ଜାତୀୟ ରାଜପଥ ର ମାଧପୁର, ରାଣିଗଞ୍ଜ, ଆଡ଼େଣିଗଡ଼, ଚାରିଛକ, ପୁରୁଣାକଟକ ଆଦି ସ୍ଥାନରେ ରାସ୍ତା ର ଅବସ୍ଥା କହିଲେ ନ ସରେ। ଉକ୍ତ ଯାଗା ମାନଙ୍କରେ ପ୍ରତ୍ୟକ ଦିନ ପ୍ରାୟ ଦୁର୍ଘଟଣା ଘଟୁଛି। ଉକ୍ତ ରାସ୍ତା ମରାମତି କରିବା ପାଇଁ ସଚେତନ ନାଗରିକ ଙ୍କ ତରଫରୁ ବାରମ୍ବାର ଦାବୀ ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ।ଏମିତିକି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବର୍ତମାନ ର ନବାଗତ ବିଧାୟକ ସରୋଜ କୁମାର ପ୍ରଧାନ ଙ୍କ ନେତୃତ୍ୱରେ ପଞ୍ଚାୟତ ସମିତି ବୈଠକ ଗତ ମାସରେ ହୋଇଥିଲା।

ଉକ୍ତ ବୈଠକ ରେ ରାସ୍ତା ସମସ୍ୟା କୁ ନେଇ ଆଲୋଚନା ମଧ୍ୟ ହୋଇଥିଲା। ସମସ୍ତ ଜିଲ୍ଲା ତଥା ବ୍ଲକ ସ୍ତରୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ କିନ୍ତୁ ଏନ ଏଚ ଅଧିକାରୀ କେହି ଜଣେ ହେଲେ ଉପସ୍ଥିତ ହୋଇ ନଥିଲେ।ଏମିତି କି ପଞ୍ଚାୟତ ସମିତି ବୈଠକ ରେ କେବେ ହେଲେ ଏନ ଏଚ ଅଧିକାରୀ ଉପସ୍ଥିତ ରହୁନଥିବା ସାଧାରଣ ରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ରାସ୍ତା ମରାମତି କୁ ନେଇ ବିଭିନ୍ନ ସମୟରେ ଏନ ଏଚ କର୍ତୃପକ୍ଷ ଙ୍କୁ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବା କଥା ବୌଦ୍ଧ ପୁରାତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅକ୍ରୁର ସେଠୀ ଅଭିଯୋଗ କରିଛନ୍ତି।ତେଣୁ ବିଭାଗ ତରଫରୁ ଗୁରୁତ୍ୱ ଦେଇ ଉକ୍ତ ରାସ୍ତା କୁ ତୁରନ୍ତ ମରାମତି କରାଯାଉ ନଚେତ ଆଗାମୀ ଦିନରେ ଉକ୍ତ ରାସ୍ତା କୁ ନେଇ ଏକ ବିରାଟ ଜନଆନ୍ଦୋଳନ ହେବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି।