ହରଭଙ୍ଗା ୨୯ /୦୬ (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଅଞ୍ଚଳ ରେ ନୂତନ S. D. M ଢ଼ାବା -2 ଉଦଘାଟିତ ହୋଇଯାଇଛି। ପ୍ରକାଶ ଥାଉ କି ହରଭଙ୍ଗା ଅଞ୍ଚଳ ରେ କୌଣସି ସ୍ୱାଦିଷ୍ଟ ହୋଟେଲ ନ ଥିବାରୁ ବାଟୋଇ, ପର୍ଯ୍ୟଟକ ତଥା ଗାଡ଼ି ଚାଳକ ମାନେ ଖାଦ୍ୟ ପେୟ ର ଉତ୍ତମ ସେବା ପାଇ ପାରୁନଥିଲେ। ପୂର୍ବ ରୁ ତିନି ବର୍ଷ ତଳେ ବୌଦ୍ଧ-ହରଭଙ୍ଗା ଜଗନ୍ନାଥ ସଡ଼କ ର ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ନିକଟସ୍ଥ ଖରସଂକୁଳେଇ ଠାରେ ପ୍ରଥମେ ସ୍ଥାପିତ ହୋଇଥିଲା।

ଯାହା ଫଳରେ ଆଠମଲ୍ଲିକ, ବୌଦ୍ଧ ଅଞ୍ଚଳ ର ପର୍ଯ୍ୟଟକ, ବାଟୋଇ ତୀର୍ଥଯାତ୍ରୀ ମାନେ ଉତ୍ତମ ଖାଦ୍ୟ ସେବା ପାଇଆସୁଛନ୍ତି। ଏଣୁ ପର୍ଯ୍ୟଟକ ଙ୍କ ଅନୁରୋଧ କ୍ରମେ ଫୁଲବାଣୀ -ଟିକରପଡା ପୂର୍ତ୍ତବିଭାଗ ରାସ୍ତା ର ବାଇଶିପଡ଼ା ଠାରେ ଆଜି ନୂତନ ଭାବେ S. D. M. ଢ଼ାବା -2 ଉଦଘାଟିତ ହୋଇଯାଇଛି।

ଯେହେତୁ ଟିକରପଡା ଏକ ପର୍ଯ୍ୟଟନ ସ୍ଥଳୀ। ଶୀତ ଋତୁ ରେ ବୁଲିବା ପାଇଁ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ ସାଙ୍ଗ କୁ ବଣଭୋଜି କରିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି।ଏହା ଫଳରେ ଉକ୍ତ ଉକ୍ତ ଅଞ୍ଚଳ ର ଛ ଗୋଟି ପଞ୍ଚାୟତ ବାସୀ ଓ ପର୍ଯ୍ୟଟକ ତଥା ବାଟୋଇ ମାନେ ଉତ୍ତମ ଖାଦ୍ୟ ର ସେବା ପାଇପାରିବେ। ଆଗକୁ ଉନ୍ନତ ମାନ ର ଖାଦ୍ୟପେୟ ସାଙ୍ଗ କୁ ବାଟୋଇ ମାନଙ୍କ ପାଇଁ ରହିବା ବ୍ୟବସ୍ତା କରାଯିବା ନେଇ ଢ଼ାବା ପରିଚାଳକ ସଚିନ ମହାଲିକ ସୂଚନା ଦେଇଛନ୍ତି।