ହରଭଙ୍ଗା ( ଚିତ୍ତରଞ୍ଜନ ସିଂହ )ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ନୟାଗଡ଼ ଅଧିନସ୍ଥ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ରେ ବୁଧବାର ଦିନ ଆରମ୍ଭ ହୋଇଛି ହାତୀ ଗଣନା l ଉକ୍ତ ରେଞ୍ଜ ଅଧୀନରେ ଥିବା ମାରଡ଼ା, ଶୀତଳପାଣି, ସୁନାଖଣିଆ, ଅତଲସରl, କୁମାରୀ, କୁସଙ୍ଗ, ନନ୍ଦା ଗାଡୁ, ହିଞ୍ଜଳ, ଶ୍ରୀପlଜୁ, ପଦ୍ମତୋଳା, ନୂଆପଡା ଆଦି ୧୧ ଗୋଟି ବିଟ ରେ ବିଟ ପିଛା ୧୦ ଗୋଟି pip ସମୁଦାୟ ୧୧ 0pip, ସିସିଟିଭ, ମଞ୍ଚା ଓ ୩୩ ଜଣ କର୍ମ ଚାରି ନିୟୋଜିତ ହୋଇଛନ୍ତି l pip ଗୁଡ଼ିକ ମହାନଦୀ ପଠା, ଘଞ୍ଚ ଜଙ୍ଗଲ ରାସ୍ତା, ଜଙ୍ଗଲ ରେ ଥିବା ପାଣି ନିକଟରେ କରାଯାଇଥିବା ଜଣା ପଡିଛି l

ନିୟୋଜିତ କର୍ମଚାରୀ ଙ୍କ ମଧ୍ୟରେ ଫରେଷ୍ଟର ପ୍ରଶାନ୍ତ ଗୁରୁ, ଅନ୍ତର୍ଯ୍ୟାମୀ ଯାନୀ, ରାଜ ଶତପଥି, ସୋମନାଥ ପରିଡା, ବିଷ୍ଣୁ ପ୍ରିୟା ଦେଇ, ରୁନି ଦଳବେହେରା, ଙ୍କ ସମେତ ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିବା ସହ ଏହି ହାତୀ ଗଣନା ଆଜିଠୁ ତିନିଦିନ ଧରି ଚାଲିବା ନେଇ ରେଞ୍ଜ ଅଧିକାରୀ ସଂସାର ବର୍ଗିଆ ସୂଚନା ଦେଇଛନ୍ତି l