ହରଭଙ୍ଗା : ୨୦ /୦୫ (ଚିତ୍ତ ରଞ୍ଜନ ସିଂ)ଓଡ଼ିଶା ର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ର ସହିତ ସମ୍ପୂର୍ଣ ହୋଇସାରିଛି। ୫ ଟି ଲୋକସଭା ଆସନ ସହିତ ୩୫ ଟି ବିଧାନସଭା ଆସନ ପାଇଁ ମତଦାନ ହୋଇଥିଲା।

ଏହିପରିପେକ୍ଷୀ ରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ପ୍ରଥମେ  ଠାକୁର ଙ୍କୁ ମୁଣ୍ଡିଆ ମାରି ନିଜ ଗାଁକୁ ଯାଇ ମତଦାନ କରିଥିଲେ।

ଏବଂ ତା ପରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବୌଦ୍ଧ ବ୍ଲକ ଓ ହରଭଙ୍ଗା ବ୍ଲକ ର ପ୍ରତ୍ୟକ ବୁଥ ପରିଦର୍ଶନ କରିଥିଲେ।ଶାନ୍ତି ଶୃଙ୍ଖଳା ର ସହିତ ମତଦାନ କରିବା ପାଇଁ ଲୋକ ମାନଙ୍କୁ ପରାମର୍ଶ ଦେଇଥିଲେ।ତାଙ୍କ ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ସଦସ୍ୟ ସୁବଧ ପ୍ରଧାନ ମଧ୍ୟ ସାମିଲ ହୋଇଥିଲେ।