କେସିଙ୍ଗା : (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା ର ଏକ ପ୍ରମୁଖ ସହର ଭାବେ କେସିଙ୍ଗା ପରିଗଣିତ ।ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟ ସ୍ଥଳ ତଥା  ଜିଲ୍ଲାର ଦ୍ଵାର ଭାବେ ପରିଚିତ ।୨୦୦୯ ମସିହା ପୂର୍ବରୁ କେସିଙ୍ଗା ଜିଲ୍ଲା ର ଏକ ନିର୍ବାଚନ ମଣ୍ଡଳୀ ଭାବେ ରାଜ୍ୟ ରେ ପରିଚିତ ଥିଲା କିନ୍ତୁ ୨୦୦୯ ପରେ ଏହି ନିର୍ବାଚନ ମଣ୍ଡଳୀ କୁ ଦୁଇଭାଗ ରେ ପରିଣତ କରିଦିଆଗଲା ।ଦୁଇ ଭାଗ କରି କିଛି ଅଞ୍ଚଳ କୁ ନର୍ଲା ନିର୍ବାଚନ ମଣ୍ଡଳୀ ଓ ଆଉ କିଛି ଅଂଶକୁ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ରେ ମିଶେଇ ଦିଆଗଲା ।

ସେହି ଦିନଠୁ ସତେ ଯେପରି କେସିଙ୍ଗା ରାଜ୍ୟ ସରକାର ଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଆସିଛି ।ସବୁ ଦୃଷ୍ଟି ରୁ ସକ୍ଷମ ଥିଲେ ମଧ୍ୟ ବିକାଶ ର ଚିତ୍ର ଦେଖି ପାରିଲା ନାହିଁ କେସିଙ୍ଗା ।୨୦୦୯ ପରେ ଯେତେ ବେଳେ ୨୦୨୪ ନିର୍ବାଚନ ଆସିଲା ସେତେ ବେଳେ କେସିଙ୍ଗା ବାସି ପୁନର୍ବାର କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ପାଇଁ ସଜବାଜ ହେଲେ ।୨୦୨୪ ନିର୍ବାଚନ ସରିଲା କେସିଙ୍ଗା ବାସି ଆଶା ବାନ୍ଧି ବସିଛନ୍ତି ୨୦୨୯ ପୂର୍ବରୁ କେସିଙ୍ଗା ନିର୍ବାଚନ ମଣ୍ଡଳୀ ପୁଣି ଫେରିପାଇବେ ଅଞ୍ଚଳ ବାସି ।କିନ୍ତୁ ଏକ ଚିଠି ରୁ ଯାହା ଜଣାପଡିଛି ଜିଲ୍ଲାର କୋକସରା କୁ ନିର୍ବାଚନ ମଣ୍ଡଳୀ କରିବା ପାଇଁ ଏକ ସର୍ଭେ ରିପୋର୍ଟ ଜିଲ୍ଲା ପ୍ରଶାସନ ପକ୍ଷ ରୁ ରାଜ୍ୟ ସରକାର ଙ୍କୁ ପ୍ରଦାନ କରାଯାଇଥିବା ବେଳେ କେସିଙ୍ଗା କୁ ପୁଣି ଅଣଦେଖା କରାଯାଇଛି ।

କୋକସରା କୁ ନିର୍ବାଚନ ମଣ୍ଡଳୀ ହେଲେ କେଉଁ କେଉଁ ଅଞ୍ଚଳ ସେଥିରେ ସାମିଲ ହେବ ତାହାକୁ ନେଇ ଏକ ସର୍ଭେ ରିପୋର୍ଟ ପ୍ରଦାନ କରାଯାଇଛି ,କିନ୍ତୁ କେସିଙ୍ଗା ସେହି ନର୍ଲା ଓ ଭବାନୀପାଟଣା ରେ ରଖାଯାଇଛି ।ଏହାକୁ ନେଇ କେସିଙ୍ଗା ବାସୀଙ୍କ ମନ ରେ ଅସନ୍ତୋଷ  ଦେଖାଦେଇଛି । ଗାଁ ଠୁ ସହର ସମସ୍ତେ ଏହା କୁ ବିରୋଧ କରିବା ସହିତ କେସିଙ୍ଗା ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ପାଇଁ ଏକ ବୃହତ୍ ଜନ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି ।

ପୂର୍ବରୁ ମଧ୍ୟ ବିଭିନ୍ନ ସମୟ ରେ  ଲୋକେ ନିର୍ବାଚନ ମଣ୍ଡଳୀ ଫେରାଇ ଆଣିବା ପାଇଁ ମତ ବ୍ୟକ୍ତ କରିଆସୁଥିବା ବେଳେ ,ଏବେ ଆନ୍ଦୋଳନ କୁ ତୀବ୍ର କରିବା ପାଇଁ ସଜବାଜ ହେଉଥିବା ପରିଲକ୍ଷିତ ହେଉଛି ।ପୂର୍ବ ନକ୍ସା ଅନୁଯାୟୀ ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପଞ୍ଚାୟତ ର ଲୋକଙ୍କୁ ଏହି ଆନ୍ଦୋଳନ ରେ ସାମିଲ ହେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛି ସଚେତନ ଗୋଷ୍ଠୀ ।କେସିଙ୍ଗା କୁ ସବୁ ସମୟ ରେ ଅଣଦେଖା କରିବା କୁ ବିଭିନ୍ନ ମହଲ ରେ ଅସନ୍ତୋଷ ପ୍ରକାଶ ପାଉଛି ।ଯଥା ଶୀଘ୍ର ଲୋକଙ୍କ ମତା ମତ ନେଇ ଏକ ବିରାଟ ଜନ ଆନ୍ଦୋଳନ କରି ପ୍ରଶାସନ କୁ ଚେତାଇ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।