ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ଭାବେ ସାଧାରଣ ନିର୍ବାଚନ ପରିଚାଳନା ଦିଗରେ ଗୁରୁତ୍ୱାରୋପ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ସାଧାରଣ ପର୍ଯ୍ୟବେକ୍ଷକ ସମୀକ୍ଷା ବୈଠକ କରିଛନ୍ତି।ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଢେଙ୍କାନାଳ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀମତୀ ଅନୁ ଚୌଧୁରୀ(ଭା. ପ୍ର. ସେ ) ଓ ଶ୍ରୀ ପହମ ସିଂ ଆଲମା (ଭା.ପ୍ର.ସେ) ମିଳିତ ଭାବେ ଏହି ବୈଠକ ରେ ଅଧ୍ୟକ୍ଷତା କରିଥିଲେ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ବିଶେଷ କରି ମତଦାନ ନିମନ୍ତେ ଭୋଟର୍ ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇ ଭି ଏମ ପ୍ରସ୍ତୁତି,ପୋଲିଂ ଅଧିକାରୀ,ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ,ନିର୍ବାଚନ ଖର୍ଚ୍ଚ ପରିଚାଳନା,ସି ଭିଜିଲ ରିପୋର୍ଟ, ଏମ ସି ଏମ ସି ରିପୋର୍ଟ,ପୋଷ୍ଟଲ ବାଲାଟ , ହୋମ ଭୋଟିଂ, ସମ୍ବେଦନଶିଲ ବୁଥ,ପୋଲିସ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ,ଫ୍ଲାଇଙ୍ଗ ସ୍କ୍ୱାଡ଼, ଏସ ଏସ ଟି,ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ବାରା ବେଆଇନ ନିଶାଦ୍ରବ୍ୟ,ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ।ଜିଲ୍ଲାରେ ଚଳିତ ମାସ ୨୫ ତାରିଖରେ ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ସମ୍ପୂର୍ଣ ନିରପେକ୍ଷ ଓ ଶାନ୍ତିପୂର୍ଣ ଭାବେ ସମାପନ ହେବ ବୋଲି ପର୍ଯ୍ୟବେକ୍ଷକ ଆଶାବ୍ୟକ୍ତ କରିଥିଲେ ।

ଏହି ବୈଠକରେ ପୋଲିସ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ବନ ଖଣ୍ଡ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ), ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ, ବିଧାନ ସଭା ନିର୍ବାଚନୀ କ୍ଷେତ୍ରର ଆର. ଓ, ଏବଂ ଏ. ଆର. ଓ, ନୋଡାଲ ଅଧିକାରୀ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ l