ନବରଙ୍ଗପୁର : (ବେଣୁଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ଗ୍ରାମପଞ୍ଚାୟତ ଏକରୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠଇଶ୍ଵ ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଇଯାଇଛି ! ପ୍ରଥମ ଦିନ ଅଧିବାସ ଓ ନଦୀ ରୁ କଳସ ଯାତ୍ରା କରି ଅଣାଯାଇଥିଲା ! ଦ୍ୱତୀୟ ଦିନ ହୁମ ଯଜ୍ଞ, ନିତିକାନ୍ତି ପୂଜା ପରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହେଇଥିଲା !

ଏହି ଅଷ୍ଟ ପ୍ରହରୀ ରେ ଆଠ ଟି ଶନକ୍ରୀତନ ଦଳ ଯୋଗଦେଇଥିଲେ !ଶେଷ ଦିବସ ରେ ଦହି ହାଣ୍ଡି ଭଗନ୍ନ, ନଗର ସଂକୀର୍ତନ, କଳସ ବିସର୍ଜନ କରାଯାଇଥିଲା ! ଭକ୍ତ ମାନଙ୍କ ପାଇଁ ପ୍ରତିଦିନ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା !ଏହି ଅଷ୍ଟ ପ୍ରହରୀ ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ର ବହୁ ଶ୍ରଦ୍ଧାଳୁ ଙ୍କ ବିଦ ଲାଗିଥିଲା ! ମନ୍ଦିର ପରିଚାଳକ ତଥା ପୂଜକ ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀ ଚକ୍ର ଧର ସାହୁ ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରେ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ !