ହରଭଙ୍ଗା (ଚିତ୍ତରଞ୍ଜନସିଂ)ସାରା ରାଜ୍ୟ ରେ ଗ୍ରୀଷ୍ମ ପ୍ରଭାହ ଜାରି ରହିଥିବା ବେଳେ ତାର ଅନୁଭୂତି ହରଭଙ୍ଗା ଅଞ୍ଚଳ ରେ ମଧ୍ୟ ଦେଖିବାକୁ ମିଳିଥିଲା। କିଛି ଦିନ ହେବ ପାଗର ସାମାନ୍ୟ ପରିବର୍ତନ ମେଘୁଆ ପାଗ ହେତୁ ଗରମ ରୁ ଟିକେ ତ୍ରାହି ମିଳିଥିଲା ହେଲେ ଗତକାଲି ବ୍ଲକ ର ଚାରିଛକ, ଆଡ଼େଣିଗଡ଼, ମାଧପୁର, କରଡ଼ାକୋଠା ବାରିଙ୍ଗ, ବଦଳାସାହି ସହ ପ୍ରାୟ ଅଞ୍ଚଳ ରେ ଘଡ଼ଘଡ଼ି ସହ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହୋଇଥିଲା। ଏମିତି କି କୁଆ ପଥର ସାଙ୍ଗ କୁ ଜୋର ରେ ପବନ ମଧ୍ୟ ହୋଇଥିଲା।

ପ୍ରାୟ ଏକ ଘଣ୍ଟା ରୁ ଅଧିକ ସମୟ ଧରି ବର୍ଷା ସାଙ୍ଗକୁ ପବନ ହୋଇଥିଲା। ଫଳରେ ଛୋଟ ଛୋଟ ଗଛ ଗୁଡ଼ିକ ମଧ୍ୟ ପବନ ରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା।ବର୍ଷା ଯୋଗୁଁ ଦୀର୍ଘ ଦିନ ର ଅସହ୍ୟ ଗରମ ରୁ ଟିକେ ଟିକେ ଆଶ୍ବସ୍ତି ଅନୁଭବ କରିଛନ୍ତି ଅଞ୍ଚଳ ବାସୀ। ଆଉ ଗୋଟେ ଦିନ ପରେ ଅକ୍ଷୟତୃତୀୟ ଆସୁଥିବାରୁ ଚାଷୀ ଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳି ଯାଇଥିବା ଦେଖିବାକୁ ମିଳିଥିଲା।ଅକ୍ଷୟତୃତୀୟା ପୂର୍ବ ଦିନ ବର୍ଷା ହେବା, ଆଗାମୀ ଦିନ ରେ ଚାଷ ପାଇଁ ଏକ ଶୁଭ ସଂକେତ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି।