ବୌଦ୍ଧ ୪/୪(ଚିତ୍ତ ରଞ୍ଜନ ସିଂ ):- ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ପିତା ଗୌରୀ ଶଙ୍କର ଅମାତଙ୍କ( ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଠାରେ ପରଲୋକ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ଗୌରୀ ଶଙ୍କର ଅମାତ କିଛିଦିନ ତଳେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ । ମୃତ୍ୟୁ ଖବର ପାଇ ବୌଦ୍ଧରେ ନିର୍ବାଚନ ପ୍ରଚାର କାମରେ ବ୍ୟସ୍ତଥିବା ତାଙ୍କର ଏକମାତ୍ର ପୁଅ ପ୍ରଦିପ କୁମାର ଅମାତ ସଙ୍ଗେସଙ୍ଗେ ଭୁବନେଶ୍ୱର ଯାଇଥିଲେ।

ସ୍ୱର୍ଗତ ଅମାତଙ୍କ ମୃତ ଦେହ ବୌଦ୍ଧରେ ପହଞ୍ଚିବା ପରେ ବହୁସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତି, ନେତା ଓ କର୍ମୀ ମନ୍ତ୍ରୀ ଶ୍ରୀ ଅମାତଙ୍କ ପିତାଙ୍କ ଶେଷଦର୍ଶନ କରିଥିଲେ। ସ୍ବର୍ଗତ ଅମାତଙ୍କ ଶେଷକୃତ୍ୟ ବୌଦ୍ଧ ରାଜଘାଟରେ ସମ୍ପନ୍ନ ହୋଇଥିଲା। ବଡ ନାତି ଦୀପକ କୁମାର ଅମାତ ମୁଖାଗ୍ନି ଦେଇଥିବା ବେଳେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ ।