ହରଭଙ୍ଗା :  (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ପାତିକାର ପଡା (ବେତ୍ରା ସାହି) ରେ ବିଦ୍ୟୁତ ସଟସର୍କିଟ ହୋଇ ଦୁଇ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି l

ସୂଚନା ମତେ ଗୁରୁବାର ଅପରାହ୍ନ ରେ ଉକ୍ତ ସାହିର ଦୁର୍ଯ୍ୟଧନ ନାୟକ ଙ୍କ ଘରେ କୌଣସି ମତେ ବିଦ୍ୟୁତ ସସର୍କିଟ ହୋଇଥିଲା l ଫଳରେ ଚାଳ ଘରେ ନିଆଁ ଲାଗିଯିବାରୁ ଦୁର୍ଯ୍ୟଧନ ଙ୍କ ଦୁଇ ବଖରା ଚାଳ ଘର ପୋଡି ପାଉଁଶ ହେବା ସହ ଘର ଆସବାପତ୍ର ଓ ସମସ୍ତ ଜିନିଷ ପୋଡି ଯାଇଛି l

ଖବର ପାଇ ଆଠମଲ୍ଲିକ ଅଗ୍ନିଶମ ବିଭାଗ ପହଁଚି ନିଆଁ କୁ ଆୟତ କରିଥିଲା lଦୁର୍ଯ୍ୟଧନ ଜଣେ ଅତି ଅସହାୟ ଗରିବ ଶ୍ରେଣୀର ହୋଇଥୁବା ହେତୁ ମୁଲ ଲାଗିଲେ ପେଟ ପୋଷୁଥିଲେ ତୁରନ୍ତ ପ୍ରଶାସନ ପକ୍ଷରୁ ଉକ୍ତ ପରିବାର ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଙ୍କ ଦାବି ହେଉଛି l