ବୌଦ୍ଧ-(ଚିତ୍ତରଞ୍ଜନ ସିଂ)-କଣ୍ଟାମାଳ ନିକଟ ବନ୍ଧପାଲି ଠାରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ଏକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ବିଜେଡିର କର୍ମୀ ମାନେ ଯୋଗ ଦେଇଥିଲେ |

ଗତ ୧୦  ବର୍ଷ ଧରି ବିଜେଡି ଦଳର ବିଧାୟକ ଥିବା ମହୀଧର ରଣା ଦଳୀୟ କର୍ମୀଙ୍କୁ ଉପେକ୍ଷା କରି ଆସୁଥିବା ସମାବେଶରେ ଅଭିଯୋଗ କରିଥିଲେ | ମହୀଧର ହଟାଓ କଣ୍ଟାମାଳ ବଞ୍ଚାଅ ବ୍ୟାନର ମଞ୍ଚରେ ମାରି ଘୋଷଣା ହୋଇଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ମହୀଧର ରଣାଙ୍କୁ ବଦଳାଇବା ପାଇଁ ଦାବି କରା ଯାଇଥିଲା l ନଚେତ୍ ସେଠାରେ ଉପସ୍ଥିତ ଥିବା ସମସ୍ତ ବିଜେଡି ଦଳର ନେତା ଓ କର୍ମୀ ଦଳରୁ ସମୁହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଥିଲେ |