ହରଭଙ୍ଗା (ଚିତ୍ତରଞ୍ଜନସିଂ) ଗ୍ରାମର ଲୋକଙ୍କ ଭିତରେ ଏକତା ଥିବା ଦୃଶ୍ୟ ଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକ ଆଡ଼େନିଗଡ଼ ଗ୍ରାମରେ l ଗ୍ରାମବାସୀ ଙ୍କ କହିବାଅନୁଯାଇ ଆଜକୁ ଦୀର୍ଘ ୭୪ ବର୍ଷ ହେଲା ଗ୍ରାମ ରେ ରୀତିନୀତି ଅନୁସାରେ ଧୁମ ଧାମ ରେ ପାଞ୍ଚ ଦିନ ଧରି ପାଳିତ ହୋଇ ଆସୁଛି ଏହି ପଞ୍ଚଦୋଳ ଯଂଜ୍ଞ l ଗ୍ରାମରେ ଏହି ପାଞ୍ଚ ଦିନ ଭକ୍ତି ଭାବ ସହ ଶାନ୍ତି ପରିବେଶ,ସୃଷ୍ଟି ହୋଇ ଥାଏ ବୋଲି ଗ୍ରାମର ହେଡ ମେମ୍ବର ଶ୍ରୀପତି ଭୋଇ, ମତ ଦେଇଛନ୍ତି l

ଯଜ୍ଞ କାର୍ଯ୍ୟ ର ପ୍ରଥମେ ଅଧିବାସ, ତାପରଦିନ ନାମଯଂଜ୍ଞ, ସାଙ୍ଗ କୁ ଅର୍ଣ୍ଣ ଯଜ୍ଞ ଓ ତୃତୀୟ ଦିନ ପୂର୍ଣ୍ଣାହୁତି ବା ଦଧି ହାଣ୍ଡି ଭଂଜନ ହୋଇଥାଏ। ଏବଂ ତାପରେ ଦୁଇଦିନ ଧରି ଦିବା ରାତ୍ର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥାଏ l ନାମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ ସହିତ ସଂସ୍କୃତିକ କାର୍ଯ୍ୟ କ୍ରମ ଦର୍ଶକ ଙ୍କ ମନମହିଥାଏ l

ମୁଖ୍ୟ ପୁରୋହିତ ଭାବେ ହରେକୃଷ୍ଣ ରଥ ରହିଥିବା ବେଳେ, କୃଷ୍ଣ ଚନ୍ଦ୍ର ଦାସ, ଓ ଖଡ଼ିରତ୍ନ ସହଯୋଗୀ ପୁରୋହିତ ଭାବେ କାର୍ଯ୍ୟ କରିଥିଲେ ଓ ଯଜ୍ଞ କର୍ତା ଭାବେ ନିରୋଦ କୁମାର ଭୋଇ କାର୍ଯ୍ୟ ତୁଲେଇ ଥିଲେ।ଏଥିରେ୯  ଟି ମହିଳା ସଂକ୍ରିତନ ଦଳ ଭାଗ ନେଇଥିବା ବେଳେ ଗ୍ରାମର ମନମୋହନ ସାହୁ, ତପନ କୁମାର ସାହୁ, ଚିତ୍ତ ସାହୁ, ଦେବେନ୍ଦ୍ର ଭୋଇ, ପ୍ରଫୁଲ ପ୍ରଧାନ, ଶ୍ରୀକର ନାୟକ, ଦ୍ରୋଣ ସାହୁ, ବିରାଜ ବାରିକ, ପୂର୍ଣଚନ୍ଦ୍ର ଭୋଇ, ଅନ୍ତର୍ଯ୍ୟାମୀ ପ୍ରଧାନ, ରମେଶ ସାହୁ ଙ୍କ ସହିତ ଗ୍ରାମର ସମସ୍ତ ଲୋକ ଙ୍କ ସହଯୋଗ ଓ ନିରନ୍ତର ଭାବେ ୭୪  ବର୍ଷ ରେ ପଦାର୍ପଣ କରିଥିବାରୁ ଆସନ୍ତା ବର୍ଷ ୭୫  ବର୍ଷ ପୂର୍ତ୍ତି ଅବସରରେ ସିଲଭର ଜୁବୁଲି ପାଳନ କରାଯିବ ବୋଲି ଗ୍ରାମ୍ୟ କମିଟିତରଫରୁ ସୂଚନା ମିଳିଛି।