ବୌଦ୍ଧ ୨୮ /୦୩ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ସହରରେ ଦୁଇଟି ସ୍ଥାନରେ ପୁଣି GST ରେଡ଼ । GST ଫାକିଂବା ଅଭିଯୋଗ ରେ ଗୋପାଳ ଓ ବାଲାଜି ହାଡ଼ୱାର ଷ୍ଟୋରେ ଚଢ଼ାଉ । ସମ୍ବଲପୁର GST ବିଭାଗ ର ୧୫ଜଣିଆ ଟିମ ସହ କଡା ସୁରକ୍ଷା ବଳରେ ଚଢ଼ାଉ ଜାରି । ସୂଚନା ମୁତାବକ ବୌଦ୍ଧ ସହରର ବ୍ୟବଶାୟୀ ଗଜାନନ ଅଗ୍ରୱାଲ ଙ୍କ ଗୋପାଳ ଓ ବାଲାଜି ହାଡ଼ୱାର ଷ୍ଟୋର ଦୀର୍ଘ ଦିନ ରୁ GST ଫାଙ୍କି ବ୍ୟବ୍ୟସାୟ କରୁଥିବା GST ବିଭାଗ ପାଖରେ ଅଭିଯୋଗ ହୋଇଥିଲା ।

ଆଜି ସକାଳୁ ସମ୍ବଲପୁର GST ବିଭାଗର ୧୫ ଜଣିଆ ଟିମ ଆସି ବ୍ୟବଶାୟୀ ଗଜାନନ ଅଗ୍ରୱାଲ ଙ୍କ ଦୁଇଟି ବ୍ୟବସାୟକ ପ୍ରତିଷ୍ଠାନ ରେ ରେଡ଼ ମାରିଛି । ରେଡ଼ ରେ ୧୫ ଜଣିଆ GST କର୍ମଚାରୀ ସାମିଲ ହୋଇଥିବା ବେଳେ କଡା ପୋଲିସ ସୁରକ୍ଷା ବଳୟରେ ଚାଲିଛି ରେଡ଼ । ଅନ୍ୟପଟେ ରେଡ଼ ଏବେ ଆରମ୍ଭ ହୋଇଥିବାରୁ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।