କାଶୀପୁର : (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଧେଶ ପ୍ରକାରେ ଆଜି କାଶୀପୁର ବ୍ଲକ ସଦଭାବନା ଗୃହ ଠାରେ କାଶୀପୁର ବ୍ଲକ ଉପଖଣ୍ଡର ୪ ଟି ଥାନା ର ସମସ୍ତ କର୍ମଚାରୀ ଙ୍କୁ ନେଇ ଆଗାମୀ ସାଧାରଣ ନିର୍ବାଚନ ରେ ନିର୍ବାଚନୀ ଆଚରଣ ଵିଧି ଏବଂ ନିର୍ଵାଚନୀ ପରିଚାଳନା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଷ୍ଣୁ ପ୍ରସାଦ ପାତ୍ର ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ତାଲିମ ଶିବିର ରେ ଏସଡିପିଓ ରଶ୍ମି ରଞ୍ଜନ ସେନାପତି , କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ, ଅଣ୍ଡିରାକୋଞ୍ଚ ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚସିନ ଥିଲେ ।
କାର୍ଯ୍ୟକ୍ରମ ରେ ବ୍ଲକ ର ୪ ଟି ଥାନା ଯଥା କାଶୀପୁର, ଟିକିରି, ଦୋରଗୁଡା, ଅଣ୍ଡିରାକୋଞ୍ଚ ଭଳି ପ୍ରମୁଖ ଥାନା ର ଶତାଧିକ କର୍ମଚାରୀ ଙ୍କୁ ଆଗାମୀ ସାଧାରଣ ନିର୍ବାଚନ ରେ ଆଚରଣ ବିଧି ର ସୁପରିଚାଳନା ସହ ଆଇନଶୃଙ୍ଖଳା କଡାକଡି ପାଳନ ପୁଣି ବୁଥ ଲେବେଲ/ମୋବାଇଲ ଲେବେଲ/ ଫ୍ଲାଇଙ୍ଗ ସ୍କୁଆଡ଼ ଲେବେଲ ର ଗୁରୁ ଦାଇତ୍ୱ ଉପରେ ଏବଂ ତଳ ଦିନରେ ଘଟିଥିବା ବିଭିନ୍ନ ଦୃଷ୍ଟାନ୍ତ କୁ ଆଲୋକପାତ କରିଥିଲେ। ଏଥିସହ ଆଗାମୀ ସାଧାରଣ ନିର୍ବାଚନ ପାଇଁ କେଉଁ କେଉଁ ସତର୍କତା ଅବଲମ୍ବନ କରାଯିବ ଏ ନେଇ ଶିବିର ରେ ବିସ୍ତୃତ ଭାବେ ତାଲିମ ଦିଆଯାଇଥିବା ଦେଖିବାକୁ ମିଳିଥିଲା।

କାର୍ଯ୍ୟକ୍ରମ କୁ କାଶୀପୁର ଆଇ ଆଇ ସି ସୂର୍ଯ୍ୟ ପ୍ରକାଶ ନାଏକ ପରିଚାଳନା କରିଥିବାବେଳେ ଚାରିଟି ଟି ଥାନା ର ପ୍ରାୟ ଶତାଧିକ ପୋଲିସ କର୍ମଚାରୀ ମଧ୍ୟରୁ ଦୋରଗୁଡା ଥାନା ସବଇନ୍ସପେକ୍ଟର ସରିକା ସେଠ,ଟିକିରି ଥାନା ସବଇନ୍ସପେକ୍ଟର ମନୋଜ କୁମାର ଜେନା ,ଅଣ୍ଡିରା କୋଞ୍ଚ ଥାନା ସବଇନ୍ସପେକ୍ଟର ଅରୁଣ କୁମାର ପାତ୍ର, କାଶୀପୁର ଥାନା ପକ୍ଷରୁ ଉପସ୍ଥିତ ସବ ଇନ୍ସପେକ୍ଟର ମଧ୍ୟରୁ ହେମଲତା ଶବର , ପିକେ ସ୍ୱାଇଁ , ବିକାଶ କୁମାର ପଟେଲ ସମେତ ସମସ୍ତ ଥାନା ର ହାବିଲଦାର ,କନେଷ୍ଟବଲ,ଗୃହରକ୍ଷୀ, ଗ୍ରାମରକ୍ଷୀ ଭଳି ପ୍ରାୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।