ଢେଙ୍କାନାଳ; ଆମ୍ବେଦକର ସେବା ସଙ୍ଗଠନ ପକ୍ଷରୁ ଆଜି ପୌର କାର୍ଯ୍ୟାଳୟ ଘେରାଉ କରାଯାଇଛି। ସଙ୍ଗଠନର ଶତାଧିକ କର୍ମକର୍ତ୍ତା ଓ ସଭ୍ୟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ପୌର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସଙ୍ଗଠନର ସହର ମଧ୍ୟରେ ଥ‌ିବା ଏକ କାର୍ଯ୍ୟାଳୟକୁ ବେନିୟମ ଭାବେ ଭାଙ୍ଗିଦିଆଯାଇଥ‌ିବା ଅଭିଯୋଗ କରି ଏହାର ପ୍ରତିବାଦରେ ସେମାନେ ପୌରଅଧିକାରୀ ଓ ପୌରଧ୍ଯକ୍ଷାଙ୍କ ସହିତ ଆଲୋଚନା କରିଥିଲେ । ଯଦି ଉଚିତ୍ ପଦକ୍ଷେପ ନିଆନଯାଏ ତେବେ ସେମାନେ ଆନ୍ଦୋଳନତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି ।