ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ର ଜଣାଶୁଣା ସମାଜସେବୀ ତଥା ହରଭଙ୍ଗା ବ୍ଲକ୍ ବଡଖବର ଟିଭି ର ସାମ୍ବାଦିକ ବିଭୁଦତ୍ତ ବୋଷ ଶୁକ୍ରବାର ବିଜେପି ଓବିଶି ମୋର୍ଚ୍ଚ ରାଜ୍ୟ ସଂଯଯୋକ ସୁବାଷ ପ୍ରଧାନ ଙ୍କ ନେତୃତ୍ୱ ରେ ବିଧିବଧ ଭାବେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ ଙ୍କ ଉପସ୍ଥିତି ରେ ବିଜେପି ରେ ଯୋଗଦେଇଛନ୍ତି।

ଭାରତ ର ଯଶସ୍ୱି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ନୀତି ଆଦର୍ଶ ତଥା ବିକଶିତ ଭାରତ ଗଠନ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗ ଦେଇଥିବା କହିଛନ୍ତି ବୋଷ। ଦଳରେ ଏକ ଶୃଙ୍ଖଳିତ କର୍ମି ଭାବରେ କାର୍ଯ୍ୟ କରିବା ସହିତ ଆଗମୀ ସାଧାରଣ ନିର୍ବାଚନ ରେ ବୌଦ୍ଧ ରେ ବିଜେପି ପ୍ରାର୍ଥୀ କିଭଲି ବହୁ ସମର୍ଥନ ରେ ବିଜୟୀ ହେବେ ସେ ନେଇ ଆପ୍ରାଣ ଉଦ୍ୟମ କରିବା କଥା କହିଛନ୍ତି।

ଏହା ସହିତ ବୌଦ୍ଧରେ ଦଳ ନିମନ୍ତେ ସଂଗଠନ କୁ ସୁଦୃଢ଼ କରିବା ନିମନ୍ତେ ସଂକଳ୍ପ ନେଇଛନ୍ତି। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ବିଭୁଦତ୍ତ ବୋଷ ଙ୍କୁ ଦଳିଆ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ।