ହରଭଙ୍ଗା (ଚିତ୍ତରଞ୍ଜନସିଂ):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ସ୍ଥାୟୀ ନର୍ସରୀ ଠାରେ ଗୁରୁବାର ଦିନ ବୌଦ୍ଧ ବନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ୱବନ ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପୋ ଙ୍କ ସଭାପତିତ୍ୱ ରେ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡା.ପ୍ରିୟବ୍ରତ ବେହେରା, ମୁଖ୍ୟ ବକ୍ତା ଭାବେ ବୌଦ୍ଧ ପଂଚାୟତ କଲେଜ ର ପୂର୍ବତନ ଅଧକ୍ଷ ପ୍ରଶାନ୍ତ କୁମାର ମହାପାତ୍ର, ସମ୍ମାନିତ ଅତିଥିଭାବେ ପ୍ରବୀର କୁମାର ଦାସ,ସହକାରୀ କୃଷି ଅଧିକାରୀ ହରଭଙ୍ଗା ବ୍ଲକ ପ୍ୟାରୀ ମୋହନ ମହାପାତ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ଦିଗlଲ, ହରଭଙ୍ଗା ବ୍ଲକ ପଶୁ ଚିକିତ୍ସା ଅଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି, ହରଭଙ୍ଗା ବ୍ଲକ ମଛ୍ୟ ଅଧିକାରୀ ରାକେଶ ସ୍ୱାଇଁ ମଂଚାସୀନ ଥିଲେ l

ମଂଚାସୀନ ଅତିଥି ଓ ମୁଖ୍ୟ ବକ୍ତା ଜଙ୍ଗଲ ସମ୍ପଦ ମାନବ ସମାଜ କୁ କିପରି ବଂଚିବାରେ ସହାୟତା କରୁଛି ଏବଂ ଜଙ୍ଗଲ ସମ୍ପଦ କୁ କିପରି ପୁନଃ ଉଦ୍ଧାର କରାଯାଇ ପାରିବ ତାହା ଉପରେ ମତ ରଖିଥିଲେ l ଅନ୍ୟ ପଟେ ବନ ଖଣ୍ଡ ଅଧିକାରୀ ନିଜର ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକ୍ଷେତ୍ରରେ ଉପଲବ୍ଧି ସହିତ ବିଭିନ୍ନ ସ୍ଥାନରେ ହେକ୍ଟର ହେକ୍ଟର ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ବୌଦ୍ଧ ବନ ବିଭାଗ ର ଅକ୍ଲାନ୍ତ ପରିଶ୍ରମ ରେ କିପରି ଭାବେ କରାଯାଇଛି ତାହା ଉପରେ ମତ ରଖିବା ସହ ପ୍ରତି ଜନ ସାଧାରଣ ଅନ୍ତତଃ ପଖେ ନିଜେ ଗଛ ଲଗାଇ ତାହାର ଯତ୍ନ ନେବା ଉପରେ ଛାତ୍ର ଛାତ୍ରୀ ଙ୍କ ଠାରେ ବକ୍ତବ୍ୟ ରଖିଥିଲେ l

ଆଜିର ବିଶ୍ୱ ବନ ଦିବସ କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ପୂର୍ବରୁ ହୋଇଥିବା ଜଙ୍ଗଲ ସମ୍ପଦ ଉପରେ ବକୃତା,ରଚନା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ଉତ୍ସାହିତ କରିବା ସହିତ ବିଭାଗରେ କାର୍ଯ୍ୟରତ ଫରେଷ୍ଟ ୱାଚର, ଫରେଷ୍ଟ ଗାର୍ଡ -ରବୀନ୍ଦ୍ର ବାରିକ, ବେବି ମିଶ୍ର ସମେତ ଫରେଷ୍ଟର ପ୍ରକାଶ ଚନ୍ଦ୍ର ପ୍ରଧାନ, ପ୍ରକାଶ ଚନ୍ଦ୍ର ସେଠି, ପ୍ରମୁଖ ଙ୍କୁ ଜଙ୍ଗଲ ସୁରକ୍ଷା, ଜୀବଜନ୍ତୁ ରକ୍ଷା ରେ ନିଜର କାର୍ଯ୍ୟ ଦକ୍ଷତା ନେଇ ମାନ ପତ୍ର ଟ୍ରଫି ସହିତ ପୁରସ୍କାର ରାଶି ଦେଇ ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଜିଲ୍ଲାର ତିନିଗୋଟି ବ୍ଲକ ରେ ଥିବା ରେଞ୍ଜ ଅଧିକାରୀ, କର୍ମଚାରୀ ସମେତ ବିଭିନ୍ନ ସ୍କୁଲ କଲେଜ ର ଛାତ୍ରୀ ଛାତ୍ରୀ ଉପସ୍ଥିତ ରହିଥିଲେ l