ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ଘୋଷଣା ହେଲା ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ। ଭାରତୀୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଯୋଗେ ଶନିବାର ତାରିଖ ଘୋଷଣା କରିଛନ୍ତି। ଲୋକସଭା ଓ ଓଡିଶା ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଓଡିଶାରେ ମେ’୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌‌। ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସିଇସି ରାଜୀବ କୁମାର ସୂଚନା ଦେଇଛନ୍ତି।

ଦେଶରେ ମୋଟ ୯୭ କୋଟି ପଞ୍ଜିକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍‌‌ ସହ ଭୋଟ ଗ୍ରହଣ ପାଇଁ ଦେଢ କୋଟି ପୋଲିଂ ଅଧିକାରୀ ପ୍ରସ୍ତୁତ ରହିଛନ୍ତି। ଭୋଟ ଗ୍ରହଣ ପାଇଁ ୫୫ ଲକ୍ଷ ଇଭିଏମ୍‌‌ ପ୍ରସ୍ତୁତ ରହିଛି। ଏପ୍ରିଲ ତାରିଖରେ ହେବ ନିର୍ବାଚନ।ଦେଶରେ ୯୭ କୋଟି ପଞ୍ଜି ଭୋଟର ରହିଛନ୍ତି । ୮୩ ଲକ୍ଷ ଭୋଟରଙ୍କ ବୟସ ୮୦ ବର୍ଷରୁ ଅଧିକ । ୪୮ ହଜାର କିନ୍ନର ଭୋଟର । ସବୁ ବୁଥ ଲାଗି ସମସ୍ତ ପ୍ରକାର ସୁବିଧା କରାଯାଇଛି । ୧୨ ରାଜ୍ୟରେ ପୁରୁଷଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛନ୍ତି । ହେଲ୍ପ ଫାସିଲିଟି, ରାମ୍ପ ବ୍ୟବସ୍ଥା କରାଯାଇଛି ।

୮୫ ବର୍ଷରୁ ଅଧିକ ବୟସର ଭୋଟରଙ୍କ ଘରକୁ ଯିବେ ପ୍ରତିନିଧି ।ହେଲିକପ୍ଟର, ହାତୀ, ହେଲିକପ୍ଟରରେ ବି ଯିବେ ପ୍ରତିନିଧି । ୧୦୦ ବର୍ଷରୁ ଅଧିକ ବୟସର ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୧୮ ହଜାର ।ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ରାଜ୍ୟରେ ମେ ୧୩ ଓ ମେ ୨୦, ମେ ୨୫ ଓ ଜୁନ ୧ରେ ଉଭୟ ବିଧାନସଭା ଓ ଲୋକସଭା ପାଇଁ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ଜୁନ ୪ରେ ଭୋଟ ଗଣତି ହେବ ।