ହରଭଙ୍ଗା (ଚିତ୍ତରଞ୍ଜନ ସିଂହ ) ହରଭଙ୍ଗା ବ୍ଲକ୍ ବୀରନରସିଂହପୁର ନର୍ସରି ଠାରେ ସୋମବାର ଦିନ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ ପକ୍ଷରୁ ଜଙ୍ଗଲ ସୁରକ୍ଷା ଓ ସଚେତନତା କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରେ ବୌଦ୍ଧ ବନ ଖଣ୍ଡ ଅଧିକାରୀ (ଡି ଏଫ ଓ ) ଦେବ ପ୍ରିୟ କମ୍ପ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ପରିବେଶ ଓ ବନ୍ୟଜନ୍ତୁ ଙ୍କ ସୁରକ୍ଷା ମାନବ ସମାଜ ରେ ମଣିଷ ର ଗୁରୁତ୍ୱପୁର୍ଣ ଦାୟିତ୍ୱ l

ଏପରିକି ଜଙ୍ଗଲ ନିକଟ ବର୍ତ୍ତୀ ଗ୍ରାମ ଗୁଡିକ ଜନସାଧାରଣ ମାନେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ଏବଂ ବନ୍ୟ ଜନ୍ତୁ ଙ୍କୁ ସୁରକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ l ବିଶେଷ କରି ବର୍ତମାନ ଗ୍ରୀଷ୍ମ ଋତୁ ଆସିଥିବା ରୁ କିପରି ଜଙ୍ଗଲ କୁ ଆମେ ନିଆଁ ଦାଉରୁ ରକ୍ଷା କରି ପାରିବା ସେ ଦିଗରେ ଆମେ ଯତ୍ନଶିଳ ହେବା ଆବଶ୍ୟକତା ରହିଛି ବୋଲି ନିଜର ମତ ରଖିଥିଲେ l ଅନ୍ୟତମ ଅତିଥି ଭାବେ ବୌଦ୍ଧ ଏସିଏଫ    ଆସିକ କଁହର, ମିନାକ୍ଷୀ କୁମୁରା, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପଦେଷ୍ଟା ବିଭୁଦତ୍ତ ବୋଷ ଉପସ୍ଥିତ ରହି ଜଙ୍ଗଲ ପରିବେଶ ଉପରେ ନିଜର ସୁ ଚିନ୍ତିତ ମତାମତ ରଖିଥିଲେ l

ଉକ୍ତ ଆଲୋଚନା ଚକ୍ର ବୈଠକ କୁ ଆସୋଏସିଏସନ ର ସହ ସମ୍ପାଦକ ସିମୁନ ନାଏକ ପରିଚାଳନା କରିଥିବା ବେଳେ ପୁରୁଣା କଟକ ରେଞ୍ଜର ଜୟନ୍ତ ଦାସ, ମାଧପୁର ବନାଞ୍ଚଳ ଅଧିକାରୀ ଆଶିଷ ଡିଗାଲ ଓ ବିଭିନ୍ନ ରେଞ୍ଜ ର ଫରେଷ୍ଟର, ଗାର୍ଡ, ଓ ଗ୍ରାମ୍ୟ ଜଙ୍ଗଲ କମିଟିର ସଦସ୍ୟ ସଦସ୍ୟା, ଅଞ୍ଚଳ ର ଜନସାଧରଣ ଙ୍କ ସମେତ ହରଭଙ୍ଗା ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ସମସ୍ତ ସାମ୍ବାଦିକ ବନ୍ଧୁ ମାନେ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ଜଙ୍ଗଲ ପରିବେଶ କୁ ସୁରକ୍ଷା ଦେଇ ଆସୁଥିବା ଯୋଦ୍ଧା କର୍ମୀ ମାନଙ୍କୁ ମଞ୍ଚ ରେ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l