ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ରୁ ଅନୁଗୋଳ ଓ ବଲାଙ୍ଗୀର ଜିଲ୍ଲା ଗମନାଗମନ କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ବିକାଶର ଫର୍ଦ୍ଦ । ମହାନଦୀ ଉପରେ ଦୁଇଟି ଓ ତେଲ ନଦୀ ଉପରେ ଗୋଟିଏ ସେତୁ ର ଲୋକାର୍ପଣ ଉତ୍ସବ ବୌଦ୍ଧ ଜିଲ୍ଲାର କଚେରୀ ପଡିଆ ଠାରେ ଭିଡ଼ିଓ କନ୍ଫରେସିଙ୍ଗ ରେ ଲୋକାର୍ପିଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ବୌଦ୍ଧ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହିଧର ରଣା, ବିରାମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ବୌଦ୍ଧ ଏନେସି ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର ଯୋଗ ଦେଇଥିବା ବେଳେ ଜିଲ୍ଲାପାଳ ଯେ ସୁନାଲ, ଏସପି ରାଜ ପ୍ରାସାଦ, ପୃତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ ।

ରାଜ୍ୟ ସରକାରଙ୍କ ପକ୍ଷରୁ ୬୩ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କାର ବ୍ୟୟବରାଦ ୯୩୮ ମିଟର ମାର୍ଜକୁଦ ସେତୁ । ଯାହାକି ବୌଦ୍ଧ ପୌର ପରିଷଦରୁ ବିଛିନ୍ନ।ଞ୍ଚଳ ଭାବେ ରହିଥିଲା ଏବେ ବିକାଶ ପାଦ ପଡିଛି ମାର୍ଜକୁଦ ଦୀପରେ । ଜିଲ୍ଲାର କଣ୍ଟାମାଳ ବ୍ଲକ ଫାସେଡ ଠାରେ ତେଲ ନଦୀ ଉପରେ ନିର୍ମାଣ ହୋଇଛି । ଯାହା ବଲାଙ୍ଗୀର ଜିଲ୍ଲା କୁ ସଂଯୋଗ କରୁଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ ୧୬୮ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଓଡ଼ିଶାର ଦୀର୍ଘତମ ସେତୁ ଧଳପୁର-ଆଠମଲ୍ଲିକ ଲୋକାର୍ପିତ ହୋଇଛି । ଯାହାକି ଯାହାକି ବୌଦ୍ଧ ଓ ଅନୁଗୁଳ ଜିଲ୍ଲାକୁ ସଂଯୋଗ କରିବା ସହିତ ଦକ୍ଷିଣ ଓଡିଶା ସହ ଉତ୍ତର ଓଡିଶାକୁ ସଂଯୋଗ କାରବାରେ ମୁଖ୍ୟ ମାଧ୍ୟମ ସାଜିଛି l