ହରଭଙ୍ଗା (ଆପ୍ର)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପଂଚାୟତ ରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନବୀନ କାର୍ଡ ବଣ୍ଟନ କରିଛନ୍ତି l ଉକ୍ତ ପଞ୍ଚାୟତ ର 50ଜଣ ହିତାଧିକାରୀ ଙ୍କୁ ଏହି ନବୀନ କାର୍ଡ ବଣ୍ଟନ କରାଯାଇଥିଲା l

କିଛି ଦିନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମେ ମାନ୍ୟବର ମନ୍ତ୍ରୀଙ୍କ ଦ୍ୱାରା ଏହି ନବୀନ କାର୍ଡ ବଣ୍ଟନ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ଥର ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ପଞ୍ଚାୟତ ରେ କାର୍ଡ ବଣ୍ଟନ କରାଯାଇଛି l

ଅନ୍ୟ ପଟେ ଉକ୍ତ ପଞ୍ଚାୟତ ର କଣ୍ଠୀପଦର ହରିଜନ ସାହି କୋଠ ଘର,ବିଶ୍ଵାବସୁ କନ୍ଧ ସମାଜ ଘର,କଣ୍ଠୀପଦର ରାସ୍ତା ରେ ବିଜୁ ସେତୁ, ଆମ ବ୍ୟାଙ୍କ୍ ସେବା ଘର ପ୍ରମୁଖ 4ଗୋଟି ପ୍ରକଳ୍ପ ପାଇଁ 3କୋଟି 57ଲକ୍ଷ ରୁ ଉର୍ଦ୍ଧ ବ୍ୟୟ ଅଟକଳ ର ଶିଳାନ୍ୟାସ ମନ୍ତ୍ରୀ କରିଥିବାର ଦେଖିବାକୁ ମିଳିଥିଲା l ଉକ୍ତ ସମସ୍ତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଙ୍କ ସମେତ ଅଞ୍ଚଳ ବାସି, ଜନ ପ୍ରତିନିଧି ଓ ବିଭିନ୍ନ ବିଜେଡି କର୍ମୀ ଉପସ୍ଥିତ ରହିଥିଲେ l