କେସିଙ୍ଗା : (ପ୍ରୀତେଶ ପଟେଲ)କେସିଙ୍ଗା ବ୍ଲକ ତୁଣ୍ଡଲା ଖମନ୍ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଚାଷୀଙ୍କୁ ଅନ୍ଧାର ରେ ରଖି ତାଙ୍କ ଦ୍ଵାରା କରାଯାଇଥିବା ବ୍ୟକ୍ତିଗତ ଚାଷ କୁ ,ଆମ ଓଡ଼ିଶା ନବୀନ ଓଡ଼ିଶା ର ବୁକ୍ ଲେଟ୍ ରେ ଫଟୋ ଛାପିଥିବା ଜଣାପଡିଛି ।ନିୟମ ଅନୁଯାୟୀ ସରକାରଙ୍କ ଦ୍ଵାରା ସରକାରୀ ଟଙ୍କା ରେ ପଞ୍ଚାୟତ ରେ କଣ କଣ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ,କେବଳ ସେହି କାର୍ଯ୍ୟ ଗୁଡ଼ିକୁ ଆମ ଓଡ଼ିଶା ନବୀନ ଓଡ଼ିଶା ବୁକ୍ ଲେଟ୍ ରେ ସ୍ଥାନ ଦେବା କଥା ।

ଏହି କାର୍ଯ୍ୟ ଗୁଡ଼ିକର ତାଲିକା ପଞ୍ଚାୟତ କାର୍ଯୟନିର୍ବାହୀ ଅଧିକାରୀଙ୍କ ଦ୍ବାରା ନିର୍ଣ୍ଣୟ କରାଯାଇ ବୁକ୍ ଲେଟ୍ ପାଇଁ ପଠାଯାଇଥାଏ ।କହିବାର ଅର୍ଥ ବୁକ୍ ଲେଟ୍ ରେ କିଛି ଭୁଲ ତଥ୍ୟ ଦିଆଯାଏ ତାହା ପାଇଁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ହିଁ ଉତ୍ତର ଦାୟୀ ।ଏହାର ବ୍ୟତକ୍ରମ ଦେଖାଦେଇଛି କେସିଙ୍ଗା ବ୍ଲକ ଅନ୍ତର୍ଗତ ତୁଣ୍ଡଲାଖମନ୍ ଗ୍ରାମ ପଞ୍ଚାୟତ ରେ ଜଣେ ଚାଷୀଙ୍କ ସଜନା ଚାଷ ଓ କଦଳୀ ଚାଷ ର ଫଟୋ ଉଠାଇ ପି ଇ ଓ ପାର୍ଥ ରଣା ଆମ ଓଡ଼ିଶା ନବୀନ ଓଡ଼ିଶା ବୁକ୍ ଲେଟ୍ ରେ ସ୍ଥାନ ଦେଇଛନ୍ତି ।

ଯଦି ଚାଷୀଙ୍କୁ ସରକାରୀ ଭାବେ ପଞ୍ଚାୟତ ଅଫିସ୍ ତରଫ ରୁ କିଛି ବି ସାହାର୍ଯ୍ୟ କରାଯାଇନାହିଁ ତେବେ କାହିଁକି ଏହି ଫଟୋ କୁ ବୁକ୍ ଲେଟ୍ ରେ ସ୍ଥାନ ଦିଆଗଲା ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି ।ନିଜେ ଚାଷୀ ମୋତେ ଟଙ୍କା ଟିଏ ବି ମିଳିନାହିଁ ବୋଲି କହିଥିବାବେଳେ ପି ଇ ଓ ପାର୍ଥ ରଣା ତାଙ୍କୁ ମିଚ କହି ଫଟୋ ଉଠାଇଛନ୍ତି ବୋଲି ପ୍ରତିକ୍ରିୟା ରେ କହିଛନ୍ତି ।ଜଣେ ସରକାରୀ ଅଧିକାରୀ ଅଭଳି ମିଚା କହିବା ଠିକ୍ ନୁହେଁ ବୋଲି କହିଛନ୍ତି ।

ତେବେ ଏ ବିଷୟ ରେ ଆମେ ପି ଇ ଓ ପାର୍ଥ ରଣା ଙ୍କ ପ୍ରତିକ୍ରିୟା ନେବା ବେଳେ ସେ କିଛି କହିବା ପାଇଁ ମନା କରିବା ସହିତ ଉପରିସ୍ଥ ଅଧିକାରୀଙ୍କୁ ଯାଇ ପଚାରନ୍ତୁ ବୋଲି କହିଥିଲେ ।କାହିଁକି ଓ କେଉଁ ପରିସ୍ଥିତି ରେ ପି ଇ ଓ ମହାଶୟ ଚାଷୀଙ୍କୁ ଅନ୍ଧାର ରେ ରଖି ଫଟୋ ଉଥେଇଥିଲେ କଣ ରହିଛି ତା ପ୍ରଚାର କାରଣ ତାହା କେବଳ ପି ଇ ଓ ବାବୁଙ୍କୁ ହିଁ ଜଣାଥିବା ବେଳେ ଏହାକୁ ନେଇ ଏବେ ଲୋକ ପ୍ରଶ୍ନ କରିବା ଆରମ୍ଭ କଲେଣି ,ନିହାତି ଭାବେ ପ୍ରଶ୍ନ ଉଠିବ ଜେ ଚାଷୀ ଙ୍କ ପାଇଁ କିଛି ଆର୍ଥିକ ରାଶି ପଞ୍ଚାୟତ କୁ ଆସିଚି କି ଯାହାକୁ ନେଇ ପି ଇ ଓ ଚକ୍ରାନ୍ତ କରି ଟଙ୍କା ଆତ୍ମସାତ କରିନାହାନ୍ତି ତ , ନାଁ ମିଛ ଫଟୋ ଛାପି ସରକାରଙ୍କ ଆଗରେ ଭଲ ଦେଖେଇ ହେବାର ପ୍ରୟାସ ତାହା ତ ସମୟ କହିବ

କିନ୍ତୁ ଲୋକଙ୍କ ଆଖିରେ କିଭଳି ଧୂଳି ଦେଇ ଲୋକଙ୍କୁ ଅନ୍ଧାର ରେ ରଖି ହୁଏ ,ଏହା ହେଉଛି ତାହାର ଏକ ନଗ୍ନ ଉଦାହରଣ ।କେବଳ ଏହା ନୁହେଁ ଆଜି ଆମ ପ୍ରତିନିଧି ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚିଲା ବେଳକୁ ପାଖା ପାଖି 11 ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ବନ୍ଦ ଥିବା ଦେଖିବାକୁ ମିଳିଥିଲା ।ଉକ୍ତ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ,ଜି ଆର୍ ଏସ୍, ଅଫିସ୍ ପିଅନ କିମ୍ବା ସରପଞ୍ଚ କେହି ମଧ୍ୟ କାର୍ଯ୍ୟାଳୟ ରେ ନା ଥିଲେ ,କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ରୂପେ ତାଲା ପଡ଼ିଥିଲା ।ଏଥିରୁ ଜଣାପଡୁଛି ପଞ୍ଚାୟତ ରେ କେତେ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଥିବ।