ସୁବର୍ଣ୍ଣପୁର : ୨୭ /୦୨ (ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଡକ ସୁରକ୍ଷା ସମିତି ର ମାସିକ ଆଲୋଚନା ସଭା ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ମେହେର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର ନାୟକ ଓ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଜେନା ଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସମସ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାର ଦୁର୍ଘଟଣା ଜନିତ ମୃତ୍ୟୁ ହାର କୁ ହ୍ରାସ କରିବା ନିମନ୍ତେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏନ.ଏଚ ବିଭାଗ ଅଧୀନରେ ଥିବା ରାସ୍ତା ଉପରେ ଅବସ୍ଥିତ ଥିବା ବୃକ୍ଷ ମାନଙ୍କରେ ତୁରନ୍ତ ରେଡିଅମ୍ ରିଫ୍ଲେକ୍ଟର ଲଗାଇବା, ମୁଖ୍ୟ ଛକ ମାନଙ୍କରେ ରମ୍ବଳର ପାଇଁ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ , ବଲାଙ୍ଗୀର ଙ୍କୁ ନିର୍ଦେଶ ଦେଇଥିବା ବେଳେ , ସହରର ବୁଢ଼ାରଜା ଛକ ଓ ବ୍ଲକ ଛକ ରେ ଟ୍ରାଫିକ ବ୍ୟବସ୍ଥା ସହ ଟ୍ରାଫିକ ଉନ୍ନତି କରଣ ର ବ୍ୟବସ୍ଥା ପାଇଁ ଆର୍ ଆଣ୍ଡ ବି ର ନିର୍ବାହୀ ଯନ୍ତ୍ରୀଙ୍କୁ ତଥା ବ୍ଲକ ଛକ ରୁ କୁଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତା ରେ ଆଲୋକି କରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଇ.ଓ ମୁନିସିପାଲଟି ଙ୍କୁ ନିର୍ଦେଶ ଦେଇଥିଲେ। ରୋଡ ସେଫ୍ଟି କମିଟି ବୈଠକରେ ରାଜ୍ୟ ରାଜପଥ କୁ ଲାଗି ଥିବା ବିଦ୍ୟାଳୟ ମାନଙ୍କୁ ସଡ଼କ ସୁରକ୍ଷା ବାବଦ ରେ ଅବଗତ କରିବା ସହ ସୁରକ୍ଷା ସାଇନେଜ ବୋର୍ଡ ଲଗାଇବା ପାଇଁ ନିର୍ଦେଶ ଦେଇଛନ୍ତି ।

ସହରର ମଧ୍ୟ ଭାଗରେ ଥିବା ନଳିନୀ ଛକ, ଷ୍ଟେଟ ବ୍ୟାଙ୍କ ରୋଡ, ଜୟଗୁରୁ ମାର୍କେଟ କମ୍ପ୍ଲେକ୍ସ ରୋଡ ପାଖରେ ସୋନପୁର ପୌର ନିର୍ବାହୀ ଅଧିକାରୀ ପାର୍କିଂ ବ୍ୟବସ୍ଥା କରିବା ପାଇଁ ପୂର୍ବ ପ୍ରସ୍ତାବ ହୋଇଥିଲେ ସୁଦ୍ଧା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାରୁ ବୈଠକରେ ସଭ୍ୟ ସଭ୍ୟା କ୍ଷୋଭ ପ୍ରକାଶ କରିଥିଲେ। ବ୍ଲକ୍ ଛକ ରୁ ଝୀଙ୍କି ପର୍ଯ୍ୟନ୍ତ ହେବାକୁ ଥିବା ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟକ୍ରମ କୁ ତ୍ଵରାନିତ କରିବା ପାଇଁ ଏନ ଏଚ ଅଧିକାରୀଙ୍କୁ କହିଥିଲେ।

ଏବେ ନୂତନ ହସ୍ପିଟାଲ ଆରମ୍ଭ ହୋଇଥିବାରୁ ବୁଢ଼ାରଜା ଛକ ସଂଲଗ୍ନ ଉଠା ଦୋକାନ ତତ୍ ସଙ୍ଗେ ସଙ୍ଗେ ସହର ର ପ୍ରମୁଖ ଛକ ରେ ଗଢି ଉଠିଥିବା ବେଆଇନ୍ ଜବର୍ ଦଖଲ କରୀଙ୍କୁ ଟ୍ରାଫିକ ସମସ୍ୟା ଦୂରୀକରଣ ପାଇଁ ଅତିଶିଘ୍ର ହଟେଇବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି l କାର୍ଯ୍ୟକ୍ରମ କୁ ଅଧିକ ଲୋକାଭିମୁଖୀ କରିବା ତଥା ଛାତ୍ର ଛାତ୍ରୀ ଙ୍କୁ ସଡ଼କ ସୁରକ୍ଷା ବିଷୟରେ ଅଧିକ ସଚେତନ କରିବା ପାଇଁ ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଗୁଡ଼ିକ ର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ ଅଧ୍ୟକ୍ଷା ଙ୍କୁ ନେଇ ଏକ ସଚେତନତା ବୈଠକ କରିବାକୁ ବୈଠକ ରେ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ପରି ଶେଷରେ ହେଲମେଟ ପରିଧାନ ନକରି ଗାଡି ନ ଚଲେଇବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗ ର ଅଧିକାରୀଙ୍କୁ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ କଡ଼ା କଡ଼ି ଚେକିଙ୍ଗ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି l