ହରଭଙ୍ଗା(ଚିତ୍ତରଞ୍ଜନସିଂ)ବୌଦ୍ଧ।ଦ୍ଧ ଜିଲ୍ଲା ଅନ୍ତର୍ଗତ ହରଭଙ୍ଗା ବ୍ଲକ ମିଶନ ଶକ୍ତି କାର୍ଯ୍ୟାଳୟ ଠାରେ ମିଶନଶକ୍ତି ବିଭାଗର ତରଫରୁ ମିଶନ ଶକ୍ତି ଋଣ ବ୍ୟବସ୍ଥା ରେ ସ୍ଵୟଂସହାୟକ ଗୋଷ୍ଠି ଙ୍କ ସୁଧ ଫେରସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ବ୍ୟବସ୍ଥାରେ ନିୟମିତ ଭାବେ ରୁଣ ପରିଶୋଧ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠି ଙ୍କୁ ସୁଧ ଫେରସ୍ଥ କରାଯିବ। ଉପରେ ଆଲୋଚନା ହୋଇଥିଲା ।ହରଭଙ୍ଗା ବ୍ଲକ ର ମୋଟ ୮୮୧ ଗୋଟି ସ୍ଵୟଂସହାୟକ ଗୋଷ୍ଠି ଙ୍କୁ ଟ.୪୫,୦୯,୦୧୬ ସୁଧ ଫେରସ୍ତ ବ୍ୟବସ୍ଥାରେ ଉପକୃତ ହୋଇଥିବା ର କେନ୍ଦ୍ରୀଭୂତ ହୋଇଥିଲା ।

ଅଧିକ ସୁଧ ଫେରସ୍ଥ ପାଇଥିବା ୫୦ଗୋଟି ସ୍ଵୟଂ ସହାୟକ ଗୋଷ୍ଠି ର ସଭ୍ୟାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଭିନ୍ନ ବ୍ୟାଙ୍କ ର ସମୁଦାୟ ୧୫ ଗୋଟି ଗୋଷ୍ଠି ଙ୍କୁ ମୋଟ ଟ.୩,୩୬,୨୯୮ ର ଡମି ଚେକ ପ୍ରଦାନ କରଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସରୋଜ କୁମାର ପ୍ରଧାନ, ଉପ।ଧ୍ୟକ୍ଷ, ପଞ୍ଚାୟତ ସମିତି, ହରଭଙ୍ଗା,ଶ୍ରୀମତୀ ସ୍ଵପ୍ନିତ। ନାୟକ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ସମିତି, ହରଭଙ୍ଗା,ଶ୍ରୀମତୀ ଦିପ୍ତିମୟୀ ପାତ୍ର, ସମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରୀ, ହରଭଙ୍ଗା, ପଲ୍ଲଵୀ ମଙ୍ଗରାଜ, ଵିପିସି, ମିଶନ ଶକ୍ତି, ବେଣୁଧର ମହାପାତ୍ର, ଵିପିଏମ୍, ଓଡ଼ିଶା ଜୀବିକା ମିଶନ, ରଶ୍ମିତା ଦାସ, ଵିପିଏସିଏ,ମିଶନ ଶକ୍ତି,ସୁଶେନ କୁମାର ଦେହୁରି ବିଏଲସି ହରଭଙ୍ଗା,ବ୍ୟାଙ୍କ ଶାଖା ପରିଚାଳକ,ବିଭିନ୍ନ ପଞ୍ଚ।ୟତ ରୁ ଆସିଥିବା ସରପଞ୍ଚ, ବ୍ଲକ ସ୍ତରୀୟ ଗାୟତ୍ରୀ ମହିଳା ମହାସଂଘ, ହରଭଙ୍ଗା ର ସଭ୍ୟା,ସମସ୍ତ ପଞ୍ଚାୟତ ସ୍ତରୀୟ ମହାସଂଘ ର ସଭ୍ୟା,ସମସ୍ତ କମ୍ୟୁନିଟି ସପୋର୍ଟ ସ୍ଟାଫ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ । ସରକାର ଙ୍କ ତରଫ ରୁ ଦୁବାଇ ଫେରନ୍ତା ଶୈଳବାଳା ସରକାର, ସଭାନେତ୍ରୀ,ଵ୍ଳକ ସ୍ତରୀୟ ଗାୟତ୍ରୀ ମହିଳା ମହାସଂଘ,ହରଭଙ୍ଗା ନିଜର ଦୁବାଇ ଗସ୍ତ ର ଅନୁଭୂତି ବର୍ଣନା କରିଥିଲେ ।