ଟିଟିଲାଗଡ଼( ସଞ୍ଜୟ କୁମାର ନାୟକ) ସୋମବାର ଦିନ ଆଭାଷୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ରାଜ୍ୟ ସରକାରଙ୍କ ୫ ଟି ଉପକ୍ରମ ଅଧୀନରେ ଥିବା ମୋ ହସ୍ପିଟଲ ରୂପାନ୍ତରିକରଣ ଅଭିଯାନରେ ଅନ୍ତର୍ଭୁକ୍ତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟ, ଟିଟିଲାଗଡ ଉଦଘାଟନ ହୋଇଛି । ଏହି ଚିକିତ୍ସାଳୟ ଗୁଡିକ ୫-ଟି ଅନ୍ତର୍ଭୁକ୍ତ ହେବା ଦ୍ଵାରା ମୋ-ହସ୍ପିଟାଲ ପରିଯୋଜନା ଦ୍ଵାରା ଚିକିତ୍ସାଳୟ ଗୁଡିକର ରୂପରେଖା ବଦଳି ଯାଇଛି ।

ମୋ ହସ୍ପିଟାଲର ନୂତନ ଓପିଡି କୋଠା ନିର୍ମାଣ, ସୌନ୍ଦର୍ଯ୍ୟୀକରଣ ଏବଂ ଆନୁସଙ୍ଗୀକ ସମସ୍ତ ବ୍ୟବସ୍ଥା କୋଠାଗୁଡିକର ସିସି ଟିଭି ବ୍ୟବସ୍ଥା, ସ୍ଵଚ୍ଛତା ପରିବେଶ, ରୋଗୀ ଓ ସମ୍ପର୍କୀୟ ମାନଙ୍କ ପାଇଁ ପାଣି ବ୍ୟବସ୍ଥା, ଶୌଚାଳୟ, କୋଠାରେ ଅଗ୍ନିଶମ ବ୍ୟବସ୍ଥା, ଆସବାପତ୍ର, ନାମ ଫଳକ, ଔଷଧ ବିତରଣ କେନ୍ଦ୍ର, ଆହାର କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ବର୍ଜ୍ୟବସ୍ତୁର ବ୍ୟବସ୍ଥା, ଚତୁଃପାର୍ଶ୍ଵରେ ପାଚେରୀ ନିର୍ମାଣ, ମୁଖ୍ୟଫାଟକ ଇତ୍ୟାଦି ଅନ୍ତର୍ଭୁକ୍ତ । ଚିକିତ୍ସାଳୟ ଗୁଡିକରେ ରୋଗୀଙ୍କ ଚିକିତ୍ସା ନିମନ୍ତେ ଯେମିତି କୈଣସି ଅସୁବିଧା ହେବ ନାହିଁ, ଏହାକୁ ଦୃଷ୍ଟିରେ ରଖି ସେମାନେ ଯେମିତି ଉତ୍ତମ ସେବା ପାଇବେ ଏବଂ ସେମାନଙ୍କ ସମ୍ପର୍କିୟ ସେମାନଙ୍କର କୌଣସି ଅସୁବିଧା ହେବନାହିଁ ସେହି ଭଳି ଭାବେ ଏହି ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଏହି ଉଦଘାଟନ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଟିଟିଲାଗଡ ଉପଜିଲ୍ଲାପାଳ, ରେହାନ ଖେତ୍ରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ, ଟିଟିଲାଗଡ ଡାଃ ପ୍ରଦୀପ କୁମାର ନାଏକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷୀକା, ଅଙ୍କିତା କୁମ୍ଭାର, ଅତିରିକ୍ତ ଚିକିତ୍ସା ଅଧିକାରୀ, ଡାଃ ଦିବ୍ୟ କିଶୋର ପତି, ନିର୍ବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ଦିଲେଶ୍ଵର ମାଝି, ସହକାରୀ ଜିଲ୍ଲାପାଳ ଚନ୍ଦ୍ର ପ୍ରସାଦ ଦେହୁରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ଟିଟିଲାଗଡର ଉପଖଣ୍ଡ ଚିକିତ୍ସାଳୟର ଫର୍ମାସିଷ୍ଟ କଲ୍ୟାଣ କୁମାର ବୋଷ, ପ୍ରକଳ୍ପ ସଂଯୋଜକ ସନ୍ତୋଷ ପଟ୍ଟନାୟକ, ମେନେଜର, ହସ୍ପିଟାଲ ଦୀପ୍ତିକାନ୍ତ ପ୍ରଧାନ ବହୁ ସଂଖ୍ୟକ ତଥା ଟିଟିଲାଗଡ ସହରର ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ସମାଜସେବୀ ବିଭିନ୍ନ ସାମାଜିକ ସଂଘର କର୍ମକର୍ତ୍ତା, ବିଭିନ୍ନ ସ୍ଵୟଂ ସହାୟକ ଦଳର କର୍ମକର୍ତ୍ତା ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ