( ବିକଶିତ ଭାରତ ର ସ୍ବପ୍ନ ତେବେ ପୂରଣ ହେବ ଯେବେ ପ୍ରତ୍ୟେକ ଗାଆଁ ହେବ ବିକଶିତ – ରାଜ୍ୟପାଳ)

କେସିଙ୍ଗା :  (ପ୍ରୀତେଶ ପଟେଲ)ଆଧୁନିକ ଏବଂ ଦୂତ ରେଲ ସେବା ମୋଦୀ ସରକାର ଙ୍କ ଗ୍ୟାରେଣ୍ଟି,| ଅମୃତ ଭାରତ ଷ୍ଟେସନ ଯୋଜନାରେ ୪୧  ହଜାର କୋଟି ବ୍ୟୟରେ ସାରା ଦେଶରେ ୫୫୪  ଟି ପୁନର୍ବିକାଶ ଏବଂ ୧୫୦୦  ରୋଡ ଓଭର ବ୍ରିଜ/ଅଣ୍ଡରବ୍ରିଜ ର ନୂଆଦିଲ୍ଲୀ ରୁ ଭାରତ ର ପ୍ରଧାନମନ୍ତ୍ରୀ ସମଗ୍ର ଓଡ଼ିଶା ର ୨୧ ଟି ଅମୃତ ଷ୍ଟେସନ ଯୋଜନାରେ ସାମିଲ ରେଳ ଷ୍ଟେସନ କୁ ଭିଡିଓ କନଫରେନ୍ସ ଜରିଆରେ ଦିନ ୧୨.୪୦ ମିନିଟ ସମୟରେ ଶିଳାନ୍ୟାସ କରିଛନ୍ତି।

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ଅମୃତ ଷ୍ଟେସନ ଯୋଜନାରେ ସାମିଲ ହୋଇଥିବାରୁ ଷ୍ଟେସନ ପରିସରରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା ଉପସ୍ଥିତ ଥିଲେ ଓଡ଼ିଶା ର ମହାମହିମ ରାଜ୍ୟପାଳ ରଘୁବର ଦାସ,କଳାହାଣ୍ଡି ଲୋକ ସଭା ସାଂସଦ ବସନ୍ତ କୁମାର ପଣ୍ଡା ଙ୍କ ସହିତ ରେଳ ବିଭାଗ ର ବରିଷ୍ଠ ରେଳ ପ୍ରବନ୍ଧକ ତୁଷାର କାନ୍ତ ପାଣ୍ଡେ , କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ଆରକ୍ଷୀ ଅଧିକ୍ଷକ ଜି ଅଭିଳାଷ, କଳାହାଣ୍ଡି ର ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପଟାୟତ ସାହୁ,କେସିଙ୍ଗା ର ସମସ୍ତ ପଦସ୍ଥ ଅଧିକାରୀ ଓ ଶହ ଶହ ସଂଖ୍ୟା ରେ ଅଞ୍ଚଳ ର ଜନସାଧାରଣ।

ସମୟ ସାରଣୀ ହିସାବରେ ରାଜ୍ୟପାଳ ଠିକ୍ ୧୨.୧୫ ରେ ରେଳ ଷ୍ଟେସନ ରେ ପହଞ୍ଚି ତାଙ୍କ ଅଭିଭାଷଣ ରେ ରେଳ ଷ୍ଟେସନ ରେ ହେବାକୁ ଥିବା ଉନ୍ନତି କରଣ ଉପରେ ଅଭିଭାଷଣ ପ୍ରଦାନ କରି ଭାରତ ର ପ୍ରତ୍ୟେକ ଗାଆଁ ବିକଶିତ ହେଲେ ଭାରତର ବିକଶିତ ସ୍ବପ୍ନ ସାକାର ହେବ ବୋଲି ଗୁରୁତ୍ୱାରୋପ କରିଥିଲେ। ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଙ୍କ ଅଭିଭାଷଣ ସାରିବା ପରେ ଠିକ ୧.୧୫ ରେ କେସିଙ୍ଗା ରୁ ବାହାରି ଭବାନୀପାଟଣା ଅଭିମୁଖେ ପ୍ରସ୍ତାନ କରିଥିଲେ। ବାଟରେ ମହାମହିମ ଉତ୍କେଲା ମିନି ଷ୍ଟାଡିୟମରେ ରେ ଆୟୋଜିତ କୃଷକ ମାନଙ୍କ ସହ ବାର୍ତ୍ତାଳାପ କାର୍ଯକ୍ରମ ରେ ଜିଲ୍ଲାପାଳ ଓ ଏସ ପି ଙ୍କ ସହ ଯୋଗଦେଇ କୃଷକ ମାନଙ୍କ ସହିତ ବାର୍ତ୍ତାଳାପ କରି ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ବୁଝା ଶୁଝା କରିଥିଲେ।