ହରଭଙ୍ଗା  (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମାଧପୁର ରେଞ୍ଜ ର ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଲୁଣ୍ଡୁରୁଝୁରି ଗ୍ରାମ ଜଙ୍ଗଲ ରେ ଏସିଏଫ ବିମଲ ପ୍ରଧାନ ଙ୍କ ନେତୃତ୍ୱ ରେ ଚଢ଼ାଉ କରାଯାଇ ବିପୁଳ ପରିମାଣ ରେ ପିଆଶାଳ ପଟା ଜବତ କରାଯାଇଥିବା ଜଣା ପଡ଼ିଛି। ସୂଚନା ମତେ କୌଣସି ମତେ ଖବର ପାଇ ମାଧପୁର ବନାଞ୍ଚଳ ଆସିକ ଦିଗାଲ, ଫରେଷ୍ଟର ଅଭିମନ୍ୟୁ ମହାନ୍ତି, ସୁଶୀଲ କୁମାର ହୋତା, ସୁନୀଲ ଖେତୀ, ଫରେଷ୍ଟଗାର୍ଡ ଶରତ ନାୟକ, ସ୍ୱାଧୀନ ପ୍ରଧାନ ସୀତାରାମ ବେହେରା, ସୁବଳ ପ୍ରଧାନ ଓ ଅନ୍ୟ ସ୍କ୍ୱାର୍ଡ ମାନଙ୍କୁ ନେଇ ଏସିଏଫ ବିମଲ ପ୍ରଧାନ ଚଢ଼ାଉ କରିଥିଲେ।

କୌଣସି ମତେ ଖବର ପାଇ କାଠ ମାଫିଆ ମାନେ ଖସି ଯିବାକୁ ବସିଥିବା ବେଳେ ବନବିଭାଗ ସେମାନଙ୍କୁ କାବୁ କରିନେଇଥିଲା।ଓ ଘଟଣା ସ୍ଥଳ ରୁ ବିପୁଳ ପରିମାଣ ର ପିଆଶାଳ ପଟା, କରତ, ସହ କୁଟୀଝାର ଗ୍ରାମର କିଶୋରୀ ମଲିକ (35), ଡ଼ିମିରିଖୋଲ ଗ୍ରାମ ର ଦାଶରଥି ବେହେରା (36), ଛତ୍ରଙ୍ଗ ଗ୍ରାମର ସୁଶାନ୍ତ କଂହର (30) ଙ୍କୁ ଗିରଫ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।ଏବଂ ଆସାମୀ ମାନଙ୍କୁ ଆସନ୍ତା କାଲି କୋର୍ଟ ଫରୱାର୍ଡ଼ କରାହବ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଦିନ କୁ ଦିନ ଅଂଚଳରେ କାଠମାଫିଆ ଙ୍କ ପ୍ରାଦୁର୍ଭାବ କୁ ନେଇ ବନବିଭାଗ ର ମୁଣ୍ଡ ବ୍ୟଥା ର କାରଣ ହୋଇ ପଡ଼ିଛି