ନବରଙ୍ଗପୁର : (ବେଣୁ ଗୋପାଳ ରାଓ)ବଙ୍ଗୀୟ ଶରଣାର୍ଥିମାନଙ୍କୁ ଅଣ ସାମ୍ବିଧାନିକ ବ୍ୟବସ୍ଥାରେ ଅନୁସୂଚିତ ଜାତିର ମୂଳ ନିବାସୀ ଅଧିକାର ଉଚ୍ଛେଦ ଦାବୀ କରି ଜିଲ୍ଲାର ମୂଳ ନିବାସୀ ଅନୁସୂଚିତ ଜାତିମାନଙ୍କ ୮ ଦଫା ଦାବୀ ପତ୍ର ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି। ଜିଲ୍ଲାର ଉମରକୋଟ,ରାଇଘର ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଅନୁସୂଚିତ ଜାତି ବର୍ଗର ମହିଳା,ପୁରୁଷ,ଶିଶୁ ଯୋଗ ଦେଇ ଏକ ବିଶାଳ ରାଲି ମାଧ୍ୟମରେ ଏହାକୁ କଡା ବିରୋଧ କରିଥିଲେ।

ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ରହି ଏହାର ପ୍ରତିବାଦ ସ୍ବରୂପ ନାରା ଦେଇଥିଲେ। ସହରର ମଧ୍ୟଭାଗରେ ଥିବା ଡ ଭୀମରାଓ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶାନ୍ତିପୂର୍ଣ ଭାବରେ ରାଲିରେ ବାହାରିଥିଲେ। ଜିଲ୍ଲାରେ ରହିଥିବା ହଜାର ହଜାର ବଙ୍ଗୀୟ ଶରଣାର୍ଥିଙ୍କୁ ସ୍ବତନ୍ତ୍ର ସାମ୍ବିଧାନିକ ବନ୍ଦୋବସ୍ତ ତଥା ଏସସି,ଏସସଟି,ଓବିସିରୁ ବାଦ କରାଯିବାକୁ ଦାବି କରାଯାଇଥିଲା। ମୂଳନିବାସୀ ଏସସି ମାନଙ୍କୁ ଜମି,ଜଙ୍ଗଲ,ସମ୍ପତ୍ତି,ଶିକ୍ଷା,ରାଜନୈତିକ ଅଧିକାର ସହ ବିକାଶ ଓ ଅଗ୍ରାଧିକାର ନିମନ୍ତେ ଧ୍ୟାନ ଦିଆଯାଉ।

ବଙ୍ଗୀୟ ଚିହ୍ନଟ କରି ସେମାନଙ୍କ ପରିଚୟ ପୂର୍ବକ ଚିହ୍ନଟ କରାଯିବାକୁ ଦାବି କରି ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି। ଏଥିରେ ଅନୂସୁଚିତ ଜାତି ସଂଘର ସଭାପତି ତଥା ଆବାହକ ଅର୍ଜୁନ ସମରଥ,ରାଜ୍ୟ ଏସସି ଫେଡେରେସନ ସମ୍ପାଦକ ଯତିନ୍ଦ୍ର କର,ଚନ୍ଦ୍ର ଶେଖର,ନରେଶ୍ବର ବେସ୍ରା,ରାଜେନ୍ଦ୍ର ନାଗେଶ,ସୁବାଷ ସଗରିଆ,ଚୈତନ୍ୟଚତୁରସିଂ ନାୟକ,ଗଜେନ୍ଦ୍ର ସଗରିଆ,କ୍ଷେମରାଜ ହରିଜନ ପ୍ରମୂଖଙ୍କ ନେତୃତ୍ତ୍ବରେ ଏହି ବିଶାଳ ରାଲି ଆୟୋଜନର ସଫଳ ରୂପାୟନ କରାଯାଇଥିଲା।