ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନିୟ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସଭାଗୃହ ଠାରେ ଜାତୀୟ କୃମିନାଶକ ଦିବସ ପାଳନ ପାଇଁ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଅଧିକାରୀ ବିଶ୍ୱରଞନ ପତି ଆସନ୍ତା କାଲି ପାଳନ ହେବାକୁ ଥିବା କୃମିନାଶକ ଦିବସ  ସମ୍ପର୍କରେ ଲୋକଙ୍କୁ ସଚେତନତା କରିବା ପାଇଁ ସାମ୍ବାଦିକ ମାନଙ୍କ ମୁଖ୍ୟ ଭୂମିକା ରହିଛି ବୋଲି  କହିଥିଲେ ।

ଆସନ୍ତା କାଲି ପାଳନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୧ଲକ୍ଷ ୬୭ହଜାର ୪୨୮ଜଣ ହିତାଧିକାରୀଙ୍କୁ ଆଲବେଣ୍ଡାଜୋଲ ଶିରଫ ଓ ବଟିକା ଖାଇବାକୁ ଦିଆଯିବା ପାଇଁ ଲକ୍ଷ ରଖିଥିବା ସୂଚନା ଦେଇଛନ୍ତି l ଏହା ସହିତ ଜିଲ୍ଲାର ୧୦୧୯ଟି ସରକାରୀ ଓ ବେସରକାରୀ ସ୍କୁଲ ,୧୫୦୨ଟି ଅଙ୍ଗନବାଡି କେନ୍ଦ୍ର ରେ ଏହି ଔଷଧ ମାଗଣାରେ ପ୍ରଦାନ କରାଯିବ l

ଏଥି ପାଇଁ ୯୧ଜଣ ମହିଳା ସ୍ୱାସ୍ଥ୍ୟ କର୍ମ,୬୩୩ଜଣ ଆଶାକର୍ମି ଓ ୧୫୧୦ଜଣ ଅଙ୍ଗନବାଡି କର୍ମୀ ନିୟୋଜିତ ରହିବେ ବୋଲି  କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ l ଯେଉଁ ମାନେ ଏହି ଦିନ ଅନୁପସ୍ଥିତ ରହିବେ ସେମାନଙ୍କୁ ପୁଣି ଥରେ ୧୭ତାରୀଖ ଦିନ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ ଏକ ରଥକୁ ସବୁଜ ପାତାକା ଦେଖାଇ ଆରମ୍ଭ ହୋଇଛି l