ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପ୍ରତିକ୍ଷାର ହେଲା ଅନ୍ତ । ସଫଳ ହେଲା ସଂଗ୍ରାମ । ଦଶନ୍ଧୀ ଦଶନ୍ଧୀର ଦାବୀ ହୋଇଛି ପୂରଣ । କଳା ସଂସୃତିର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ସିଧା ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ଟ୍ରେନ । ଜିଲ୍ଲା ଗଠନର ତିନି ଦଶନ୍ଧୀ ପରେ ଜିଲ୍ଲାରୁ ରେଳ ସୁବିଧା ପାଇଲେ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆସି ଆଭାସି ମଧ୍ୟମରେ ଲୋକାର୍ପଣ କରିଛନ୍ତି ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ସୋନପୁର ଷ୍ଟେସନକୁ ।

ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର ଏକ ଅଂଶ ହେଉଛି ସୁବର୍ଣ୍ଣପୁର ରୁ ବଳାଙ୍ଗୀର ରେଳ ଲାଇନ । ଏହି ପ୍ରକଳ୍ପର କାର୍ଯ୍ୟ ଉଭୟ ପଟୁ ଚାଲୁଥିବା ବେଳେ ବଲାଙ୍ଗୀର ରୁ ସୋନପୁର ୫୦କିମି ରେଳ ଲାଇନ ନିର୍ମାଣ ସରିଛି । ପରିକ୍ଷା ନିରିକ୍ଷା ପରେ ଆଜି ରେଳ ଲାଇନ ଓ ସୋନପୁର ଷ୍ଟେସନକୁ ଆଭାସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଏହାର ଲୋକର୍ପଣ ପରେ ଦୈନିକ ଗୋଟିଏ ଟ୍ରେନ ସୋନପୁର ରୁ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଓ ଏକ ଟ୍ରେନ ସାପ୍ତାହିକ ଗୋଟିଏ ଦିନ ସୋନପୁର ରୁ ପୁରୀକୁ ଚଳାଚଳ କରିବ ।

ଫଳରେ ସ୍ଥାନୀୟ ଜନସାଧାରଣ ଶ୍ରୀକ୍ଷେତ୍ର ପୁରୀକୁ ଜଗ୍ନନାଥଙ୍କୁ ଦର୍ଶନ କରିବା ପାଇଁ ସହଜ ହେବ । ଏହାକୁ ନେଇ ଜିଲ୍ଲା ବାସୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।ସୁବର୍ଣ୍ଣପୁର ଜିଲ୍ଲା ବାସୀଙ୍କ ବହୁ ଦିନର ଅପେକ୍ଷାର ଆନ୍ତ ଘଟିଛି ଆଜି । ରେଳ ଚଳାଚଳ ପରେ ଏବେ ଜିଲ୍ଲା ବାସୀ ଖୁସି ବ୍ୟକ୍ତ କରିବା ସହିତ ଉଭୟ ସରକାରଙ୍କୁ ଦେଇଛନ୍ତି ଧନ୍ୟବାଦ ।