ହରଭଙ୍ଗା : (ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ କୁସଙ୍ଗ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ କୁଶଙ୍ଗ ଖେଳ ପଡିଆ ଠାରେ ଗୁରୁବାର ଦିନ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ପ୍ରଥମେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ସ୍ଥାନୀୟ ଅଞ୍ଚଳ ବାସି,ଶିକ୍ଷକ ଶିକ୍ଷୟିତ୍ରୀ,ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି, ଉପସ୍ଥିତ ରହି ବାବା ଚନ୍ଦ୍ର ଶେଖର ଶୈବ ପୀଠରୁ ଦିବ୍ୟ ଜ୍ୟୋତି ମଶାଲ ଶୋଭାଯାତ୍ରା ରେ ଆଣି ପଡିଆରେ ପ୍ରତିଷ୍ଠା କରାଯାଇଥିଲା l

ମୁଖ୍ୟ ଅତିଥି ABEO ସତ୍ୟ ନାରାୟଣ ମିଶ୍ର, ସମ୍ମାନିତ ଅତିଥି କୁସଙ୍ଗ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ସମିତି ସଭ୍ୟ କାହ୍ନୁ ଚରଣ ନାଥ, କୁଶଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ମଣ୍ଡଳ ଓ ସମାଜ ସେବି ଦୀପକ କୁମାର ଉପସ୍ଥିତ ରହି ଅନୁଷ୍ଠାନିକ ଭାବେ ଏହି ପଞ୍ଚାୟତ ସ୍ତରୀୟ କୀଡା ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ l ଏହି ପ୍ରତିଯୋଗିତା ରେ କୁସାଶୀଙ୍ଗା , କୁସଙ୍ଗ, କୁମାରୀ, ହା ତିଗଡ଼ , ଗେରିଡିସାହି, ମହାଳିକ ପଡ଼ା, ସାତଖଣ୍ଡ,ଅଡ଼ି ଏମ ଇ ସ୍କୁଲ୍ ର ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି l ଏହି ପ୍ରତି ଯୋଗିତା ଦୁଇ ଦିନ ଧରି ହେବାକୁ ଥିବାବେଳେ କୃତି ପ୍ରତିଯୋଗୀ ଙ୍କୁ ମାନପତ୍ର, ଟ୍ରଫି ଓ ପୁରସ୍କାର ରାଶି ଦେଇ ଉତ୍ସାହିତ କରାଯିବାର ସୂଚନା ରହିଛି l