ହରଭଙ୍ଗା; (ଚିତ୍ତରଞ୍ଜନ ସିଂହ)ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଦିନିକିଆ ବୌଦ୍ଧ ଗସ୍ତରେ ଆସି ପ୍ରଥମେ ମୁରସୁଣ୍ଢୀ,ବାମଣ୍ଡା,ସରସରା ଆଦି ଧାନମଣ୍ଡି ଗୁଡିକୁ ପରିଦର୍ଶନରେ ଯାଇ ମଣ୍ଡି ର ଦୂରବସ୍ଥା ବିଷୟରେ ଚାଷୀ ମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଚାଷୀ ମାନେ ଅଭିଯୋଗ କରି କହିଥିଲେ ଯେ ବାମଣ୍ଡା ମଣ୍ଡି ରେ ଶୀତ କାକର ରେ ସପ୍ତାହେ ହେଲା ଚାଷୀ ମାନେ ଧାନ ସହପଡ଼ି ରହିଛନ୍ତି।ମଣ୍ଡି ରୁ ଧାନ ଉଠୁ ନାହିଁ ଠିକ୍ ସମୟରେ । ପୁନଶ୍ଚ ପ୍ରତି ଚାଷୀ ମାନଙ୍କ ଠାରୁ ଦୁଇ ରୁ ତିନି କେଜି ଧାନ କଟନୀ, ଛଟନୀ ହେଉଛି,ଅଖା ସୁତୁଲୀ ଆଦି ଫେରାଉ ନାହାନ୍ତି ଓ ପିଇବା ପାଇଁ ପାନୀୟ ଜଳ ର ବ୍ୟବସ୍ତା କିଛି ନାହିଁ।

ସି ଏସ ଓ ଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ଫଳ କିଛି ହେଉ ନାହିଁ ।ରାଜ୍ୟ ସଭାପତି ସବୁ ଚାଷୀ ଙ୍କ ଠାରୁ ସମସ୍ୟା ବିଷୟ ରେ ଶୁଣି ସମବେଦନା ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଉପରିସ୍ଥ ଅଧିକାରୀ ଙ୍କୁ ଜଣାଇବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ ଏବଂ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାପାଇଁ ଚେତାବନୀ ମଧ୍ୟ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି,ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ମହାପାତ୍ର,ଚାଷୀ ନେତା ଆରତ ଧଳ,ସୁନିଲ ଖେତି,ଶାନ୍ତନୁ ପ୍ରଧାନ,ପ୍ରମୁଖ ବହୁ ଚାଷୀ ଯୋଗଦାନ୍ କରି ଥିଲେ।

ଏହା ପରେ ସମସ୍ତ ନେତୃବୃନ୍ଦ ବାମଣ୍ଡା ଗ୍ରାମ ପଞ୍ଚାୟତ ଅଫିସ୍ କୁ ଯାଇ ମୋଦି ସରକାର ଦେଉ ଥିବା ମାଗଣା ଚାଉଳ ଠିକ୍ ଭାବେ ଦିଆ ହେଉଛି କି ନାହିଁ ତାହା ତଦାରଖ କରିବା ସମୟରେ ଜାଣିବାକୁ ପାଇଲେ ଯେ କୌଣସି ହିତାଧିକାରୀ ଙ୍କୁ ରସିଦ ଦିଆ ଯାଉନାହିଁ। ମୋଦୀଙ୍କ ମାଗଣା ଚାଉଳ ବେନର କାନ୍ଥରେ ଲଗା ଯାଉନାହିଁ। ନାୟକପଡ଼ା ର ଜନୈକ ହିତାଧିକାରୀ ଜୟଦେବ ପ୍ରଧାନ ଙ୍କୁ ଓଜନ ରେ ଠକେଇ କରି ପଚାଶ କେ ଜି ବଦଳରେ ୪୬  କେ ଜି ଚାଉଳ ଦିଆଯାଇ ଥିବାର ଦୃଷ୍ଟି ଗୋଚରକୁ ଆସିଥିଲା ।ଉକ୍ତ କମିଟି ପ୍ରତିବାଦ କରିବାରୁ ତାକୁ ପୁଣି ଚାରି କେ ଜି ଚାଉଳ ଦିଆ ଯାଇଥିଲା ।

ଏପରି ଭାବେ ପ୍ରତି ଗରିବ ହିତାଧିକାରୀ ଙ୍କ ଠାରୁ ୩  ରୁ ୪ କେଜି ଚାଉଳ ଠକି ନେଉଛନ୍ତି ।କମିଟି ଜିଲ୍ଲପାଳଙ୍କ ଦୃଷ୍ଟି କୁ ଆଣିବା ପାଇଁ ସ୍ଥିର କରିଥିଲେ । ପୁନଶ୍ଚ ଜିଲ୍ଲା ର କୌଣସି ମଣ୍ଡି ମାନଙ୍କରେ କେନ୍ଦ୍ର ସରକାରଙ୍କ ଦ୍ଵାରା ପ୍ରେରିତ ନିୟମ ଅନୁସାରେଅଖା ର ମୂଲ୍ୟ , ପାନୀୟ ଜଳ ଯୋଗାଣ, ଗୋରୁ ଙ୍କ ଖାଦ୍ୟ, ପାଲ ଟାଣି ଧ।ନ ରଖିବା , ଚାଷୀ ଙ୍କ ପାଇଁ ଅନ୍ୟାନ୍ୟ ମୌଳିକ ସୁବିଧା ବ୍ୟବସ୍ତା କରାଯାଇନାହିଁ l ଏସବୁ ର ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ମାନଙ୍କ ଦାବିକୁ ଗ୍ରହଣ କରିବା ପାଇଁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଯାଇଥିବା ଟିମ୍ ର ସଦସ୍ୟ ମାନଙ୍କୁ ଯାଇ ଜିଲ୍ଲାପାଳ ବୌଦ୍ଧ ଙ୍କ ପାଖରେ ଚାଷୀ ଙ୍କ ଦାବି ଜଣାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l