ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷ ରେ ୨୦୨୩-୨୪  ବର୍ଷ ପାଇଁ ଖରିଫ ଧାନ କ୍ରୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ଅଧ୍ୟକ୍ଷତା କରି ଜିଲ୍ଲାର ଧାନ କ୍ରୟରେ ବ୍ୟବସ୍ଥିତ ଓ ସଠିକ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଛନ୍ତି l ଜିଲ୍ଲାରେ ଯେପରି ଧାନ କିଣା ବିକାରେ ସମସ୍ୟା ନ ହୁଏ ସେଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି l ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ ଜିଲ୍ଲାରେ ଖରିଫ ଧାନ କ୍ରୟ ବିକ୍ରୟର କାର୍ଯ୍ୟକାରିତାର ସୂଚନା ପ୍ରଦାନ କରି କହିଲେ ଯେ ଜିଲ୍ଲାରେ ଅଦ୍ୟାବଧି ମୋଟ ୫୩୩୯୪  ଜଣ ଚାଷୀ ୧୪/୦୧  ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୯ ଲକ୍ଷ କୁଇଣ୍ଟାଲ ଧାନ ବିକ୍ରୟ କରିଛନ୍ତି l

ସମସ୍ତ ସୋସାଇଟି ଓ ମିଲର ମାନଙ୍କୁ ଆବଣ୍ଟନ କରାଯାଇଥିବା ମୋଟ ୩୨ ଲକ୍ଷ କୁଇଣ୍ଟାଲ ଧାର୍ଯ୍ୟ ଲକ୍ଷ ମଧ୍ୟରୁ ପ୍ରାୟ ୨ ଲକ୍ଷ କୁଇଣ୍ଟାଲ ଧାନ ବିଭିନ୍ନ ମଣ୍ଡିରେ କ୍ରୟ ଓ ତତପରେ ଉଠାଣ ଅପେକ୍ଷା ରେ ଗଛିତ ଥିବାର ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଥିଲେ l ପ୍ରାୟ ୧  ଲକ୍ଷ କୁଇଣ୍ଟାଲ ଧାର୍ଯ୍ୟ ଲକ୍ଷ ( ଟାର୍ଗେଟ ) ମିଲର ମାନଙ୍କ ନିକଟ ରେ ବଳକା ଅଛି l ଏଣୁ ଟାର୍ଗେଟ ସମ୍ୱନ୍ଧରେ ଜିଲ୍ଲା ରେ କୌଣସି ସମସ୍ୟା ନାହିଁ l ମୋଟ ୩ ଲକ୍ଷ କୁଇଣ୍ଟାଲ ଧାର୍ଯ୍ୟ ଲକ୍ଷ ( ଟାର୍ଗେଟ ) କୁ ସମସ୍ତ ମିଲର ମାନେ ଆଗାମୀ ଜାନୁଆରୀ  ୨୦  ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଉଠାଣ କରିବାକୁ ଜିଲ୍ଲାପାଳ ଶ୍ରୀ ରାୟ କଡା ନିର୍ଦ୍ଦେଶ ଦେଇଛନ୍ତି l

ଅନ୍ୟପକ୍ଷରେ ଜିଲ୍ଲା ର ମିଲର ମାନେ ଧାନ ଉଠାଣ ରେ ବିଫଳ ହେଲେ ଅନ୍ୟ ଜିଲ୍ଲାର ମିଲର ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜନ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ l ସମସ୍ତ ବିଭାଗୀୟ ଅଧିକାରୀ, ଧାନ କ୍ରୟ ଓ ଧାନ ଉଠାଣ କାର୍ଯ୍ୟକୁ ନିୟମିତ ଭାବେ ତଦାରଖ କରିବା ଓ ତଦନୁଯାୟୀ ଆବଶ୍ୟକ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଥିଲେ l ଉପଜିଲ୍ଲାପାଳ ସୋନପୁର, ବୀରମହାରାଜପୁର, ଜିଲ୍ଲା ଯୋଗାଣ ଅଧିକାରୀ, ସମସ୍ତ ସହକାରୀ ଯୋଗାଣ ଅଧିକାରୀ, ସମସ୍ତ ଯୋଗାଣ ନିରୀକ୍ଷକ, ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି, ଡୁଙ୍ଗୁରିପାଲି,ବୀରମହାରାଜପୁର ଓ ସମସ୍ତ ରାଇସ ମିଲ କର୍ତ୍ତ୍ତୃପକ୍ଷ ଏହି ବୈଠକ ରେ ଯୋଗ ଦେଇଥିଲେ l ପରିଶେଷରେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁରେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l