ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଯୁକ୍ତ ବୈଜୟନ୍ତ ଜେ ପଣ୍ଡା ଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଅବସରରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ର ” ବାବା ଚନ୍ଦ୍ରଚୁଡ ମନ୍ଦିର” ଠାରେ ଆୟୋଜିତ ସ୍ୱଚ୍ଛ ଭାରତ ଅଭିଯାନ ୧୪.୦୧.୨୪ ଠାରୁ ୨୨.୦୨.୨୪ ପର୍ଯ୍ୟନ୍ତ ର ଶୁଭାରମ୍ଭ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବୌଦ୍ଧ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ୨୨.୧.୨୪ ରେ ଯାଉଥିବା ବେଳେ ସଫେଇ କାର୍ଯ୍ୟକ୍ରମ ରେ ସାମିଲ ହୋଇ ନିଜେ ଶ୍ରମ ଦାନ କରିବା ସହିତ ଜିଲ୍ଲା ବିଜେପି ର ନେତୃବୃନ୍ଦ ପ୍ରମୁଖ ଙ୍କ ସହିତ ଶ୍ରମ ଦାନ ରେ ସାମିଲ ହୋଇଥିଲେ l

ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି ଯେ ୫୦୦ ବର୍ଷ ପାଇଁ ଅଯୋଧ୍ୟାରେ ରାମଲାଲଙ୍କ ଭବ୍ୟ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ସାରା ଭାରତରେ ଦେଶର ଜନ ସାଧାରଣ ଶ୍ରୀରାମ ଙ୍କୁ ସ୍ଵାଗତ କରିବା ପାଇଁ ଉତ୍ସାହିତ ଅଛନ୍ତି। ଏହା ଆମ ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରଭୂ ଶ୍ରୀ ରାମ ଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦି ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନ କୁ ସ୍ଵଛରଖିବା ପାଇଁ ଶ୍ରମଦାନ କରିବାକୁ ଜନସାଧାରଣ ଙ୍କୁ ଆହ୍ବାନ ଦେଇଛନ୍ତି।ସେହିପରି ଜାନୁଆରୀ ୨୨ ତାରିଖ ଦିନ କୁ ଦୀପାବଳୀ ଉତ୍ସବ ଭାବରେ ପାଳନ କରିବା ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରିଛନ୍ତି l

ଆଜିର ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପଣ୍ଡା ଙ୍କ ସହିତ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଜିଲ୍ଲା ବିଜେପି ର ବରିଷ୍ଟ ନେତୃବୃନ୍ଦ ସର୍ବ ଶ୍ରୀ ସଚିଦା ନନ୍ଦ ଦଲାଲ, କହ୍ନେଇ ଚରଣ ଡାଙ୍ଗ, ପ୍ରେମାନନ୍ଦ ମିଶ୍ର, ତାପସ କୁମାର ପଟ୍ଟନାୟକ, ଶ୍ୟାମ ସୁନ୍ଦର ପୁରୋହିତ, ମାଗୁଣି ଗାଈ ଗୌରୀଆ, କର୍ଣ୍ଣେଲ ଶିଶିର କୁମାର ଘୋଷ, ସ୍ମିତାରାଣୀ ମହାନ୍ତି ,ସୁଶାନ୍ତ କୁମାର ମହାନ୍ତି , ବ୍ୟୋମକେଶ ମହାପାତ୍ରବନମାଳୀ ରଣା, ମନୋରଞ୍ଜନ ଦାସ , ମୀନାରାଣୀ ମିଶ୍ର , ନମିତା ରାଣୀ ଦାସ, ରସ୍ମିତାହୋତା, ନିରଞ୍ଜନ ଦାନୀ , ସୂର୍ଯ୍ୟ ନାରାୟଣ ମହାପାତ୍ର, ବିକାଶ ମହାକୁଡ ,ଅନିଲ ପ୍ରଧାନ, ପିନାକ ରଣା , ନିରଞ୍ଜନ କର୍ଣ୍ଣ , ରାଜ କୁମାର ମେହେର,ନବୀନ ହୋତା,ଶମ୍ଭୁ ପ୍ରଧାନ,ତପନ ଡାଙ୍ଗ , ରାଜୀବ ଦେହୁରୀ, ବିଶି କେଶନ ପ୍ରଧାନ,ବିଶି କେସନ ମେହେର ,ବାମନ ବାରିକ,ଅଟଳ ପ୍ରଧାନ , ଶ୍ରୀ ହରି ବହିଦାର, ସନିଆ ସାହୁ ପ୍ରଭୁତି ବହୁ କର୍ମକର୍ତ୍ତା ପ୍ରମୁଖ ସଫେଇ କାର୍ଯ୍ୟ କ୍ରମ ରେ ଯୋଗଦାନ କରିଥିଲେ lଏହି କାର୍ଯ୍ୟକ୍ରମ ସବୁ ଜିଲ୍ଲା ର ସମସ୍ତ ମନ୍ଦିର ମାନଙ୍କରେ ଆସନ୍ତା କାଲି ଠାରୁ ୨୨.୨.୨୪ ପର୍ଯ୍ୟନ୍ତ ଚାଲୁ ରହିବ ସୂଚନା ମିଳିଛି l