ବୌଦ୍ଧ: ( ଚିତ୍ତରଞ୍ଜନ ସିଂହ )ବିଜେପି ବୌଦ୍ଧ ଜିଲ୍ଲା ତରଫରୁ ଆୟୋଜିତ ” ବୀର ବାଲ ଦିବସ” ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଓ ଜିଲ୍ଲା ର ସମସ୍ତ ମଣ୍ଡଳ ମାନଙ୍କରେ ମହା ସମାରୋହରେ ପାଳିତ ହୋଇଯାଇ ଅଛି। ଶିଖ ସମ୍ପ୍ରଦାୟର ଦୁଇ ଦେଶ ଭକ୍ତ ବାଳକ ଜୋରାବର ସିଂହ ଓ
ଫତେ ସିଂହ ଙ୍କ ବଳିଦାନ ଦିବସ କୁ ସମଗ୍ର ଦେଶରେ ” ବୀର ବାଲ ଦିବସ ” ଭାବେ ପାଳନ ଆଜି କରାଯାଉଅଛି ।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ୯ ଜାନୁଆରୀ ,୨୦୨୨ ରେ ଗୁରୁ ଗୋବିନ୍ଦ ସିଂହ ଜି ଙ୍କ ବାର୍ଷିକ ଜନ୍ମ ଦିବସ ଅବସରରେ ଘୋଷଣା କରି ଥିଲେକି ,୨୬ ଡିସେମ୍ବର ଶିଖ ମାନଙ୍କ ର ଦଶମ ଗୁରୁ ଶିଖ ଗୋବିନ୍ଦ ସିଂହ ଙ୍କ ପୁତ୍ର ବାବା ଯୋର।ବର୍ ସିଂହ ଏବଂ ବାବା ଫତେ ସିଂହ ଙ୍କ ବଳିଦାନ ସ୍ମୃତି ରେ ଡିସେମ୍ବର ୨୬ କୁ ବୀର ବାଲ ଦିବସ ରୂପେ ରାଷ୍ଟ୍ରୀୟ ସ୍ତରରେ ପାଳନକରାଯିବ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ସଭାରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା

ସଭାପତି ତାଙ୍କ ଅଭିଭାଷଣ ରେ ଶିଖ ଗୁରୁ ଗୋବିନ୍ଦ ସିଂହ ଙ୍କ ଦୁଇ ସୁପୁତ୍ର ଙ୍କୁ କିପରି ମୁସଲମାନ ମାନେ ନିର୍ଯାତନା ଦେଇ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରି ନିରାଶ ହୋଇ ଥିଲେ ଏବଂ ନିଜର ଧର୍ମ ପରିବର୍ତ୍ତନ ପରିବର୍ତ୍ତେ ନିଜର ପ୍ରାଣ ବିସର୍ଜନ କରିଥିଲେ । ତାଙ୍କ ର ଏହି ପ୍ରାଣବଳି ଦେଇଥିବା g କୁ ବକ୍ତା ମାନେ ଉପସ୍ଥାପିତ କରି ଅଭି ଭାଷଣ ଦେଇଥିଲେ l ଆଜିର ଦିନକୁ ଭାରତୀୟ ଜନତା ପାର୍ଟି ବାଲ ଦିବସ ପାଳନ ପାଳନ କରୁଅଛି।

ବୀର ପୁରୁଷ ମାନଙ୍କୁ କୋଟି ନମନ ।ଆଜିର ଏହି ସମସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କ ସହିତ ଦଳର ନେତୃବୃନ୍ଦ ପ୍ରମୁଖ ସର୍ଵଶ୍ରୀ କାନେହି ଚରଣ ଡ।ଙ୍ଗ, ସୂର୍ଯୟନାରାୟଣ ମହାପାତ୍ର, ମନ ରଞ୍ଜନ ଦାସ , ଶ୍ୟାମ ସୁନ୍ଦର ପୁରୋହିତ,ତାପସ କୁମାର ପଟ୍ଟନାୟକ,ନମିତା ରାଣୀ ଦାସ,ସଞ୍ଜୀବ କୁମାର ମହାପାତ୍ର, ନିରଞ୍ଜନ ଦାନୀ , ରାଜ କୁମାର ମେହେର,ଶମ୍ଭୁ ପ୍ରଧାନ , ଅଜିତ କୁମାର ମିଶ୍ର,ଜାରି ବେହେରା ,ସମସ୍ତ ମଣ୍ଡଳ ସଭାପତି ଙ୍କ ସହିତ ବହୁ କର୍ମକର୍ତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।