
ଭବାନୀପାଟଣା :୧୫/୧୨(ନରେନ୍ଦ୍ର ନେଗୀ)ରାଜ୍ୟ ପୋଲିସ ମହା ନିର୍ଦେଶକ ସୁନୀଲ ବଂଶଲ ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଥିବା ବେଳେ ମାଓବାଦୀ ମାନେ ପୋଷ୍ଟର ମାଧ୍ୟମରେ ଖୋଲା ଚାଲେଞ୍ଜ କରିଛନ୍ତି l କଳାହାଣ୍ଡି ରାୟଗଡା ସୀମାନ୍ତରେ ମାଣ୍ଡି ବିଶି ଓ ଥୁଆମୂଳ ରାମପୁର ବ୍ଲକ କେରପାଇରେ ମାଓବାଦୀ ମାନେ ପୋଷ୍ଟର ମାରି ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି l
ପୋଲିସ ମହା ନିର୍ଦେଶକ କଳାହାଣ୍ଡିରେ ମାଓବାଦୀ ଗତି ଵିଧି ଓ ମାଓ ଦମନ ସମ୍ପର୍କରେ ସମୀକ୍ଷା କରୁଥିବା ବେଳେ ଏହାକୁ ପୋଷ୍ଟର ମାଧ୍ୟମରେ ମାଓବାଦୀ ମାନେ ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି l
ପୋଷ୍ଟରରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି l ମା, ମାଟି, ଜୀବନ ଜୀବିକା, ସଂସ୍କୃତି,ପରିବେଶ ଓ ପ୍ରାକୃତିକ ସମ୍ପତ୍ତିର ସୁରକ୍ଷା ପାଇଁ ଏକାଠି ହେବାପାଇଁ ଆହ୍ୱାନ ଦେଇଛନ୍ତି l ଖଣି ଖନନ ଓ ବିସ୍ଥାପନ ବିରୋଧରେ ସଶସ୍ତ୍ର ଆନ୍ଦୋଳନରେ ସାମିଲ ହେବାପାଇଁ ଆହ୍ୱାନ କରିଛନ୍ତି l ପୋଲିସ ଦମନ ଓ ଦଲାଲ ନେତାଙ୍କୁ ବିରୋଧ କରନ୍ତୁ, କମ୍ପାନୀ ଦଲାଲଙ୍କୁ ଦଣ୍ଡ ଦିଅନ୍ତୁ ବୋଲି ପୋଷ୍ଟର ମାଧ୍ୟମରେ ନିବେଦନ କରିଛନ୍ତି l