ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ତୃତୀୟ ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ସହ ସମ୍ପାଦକ ସ୍ଵାଧୀନ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଶମ୍ଭୁ ଗିରି ମହୋତ୍ସବ ଜାନୁଆରୀ ୨୮ ରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଘୋଷଣା କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ବଛା ବଛା ସାଂସ୍କୃତିକ ଦଳ ଆଣିବା ସହିତ ସ୍ଥାନୀୟ କଳାକାରଙ୍କୁ ଅଗ୍ରାଧିକାର ଦେବାକୁ ଆଲୋଚନା କରାଗଲା।

ଲୋକ ନୃତ୍ୟ, ଦଣ୍ଡ ନାଚ କୁ ଗୁରୁତ୍ଵ ଦେବା ପାଇଁ ଆଲୋଚନା କରାଗଲା। ଏବଂ ଉଦଯାପନୀ ଉତ୍ସବରେ ଅର୍କେଷ୍ଟ୍ରା ଆଣିବା ପାଇଁ ପ୍ରସ୍ତାବ ଗ୍ରହଣ କରାଗଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ପାଇଁ ଉଦ୍ଘୋଷକ ଓ ଯୁଗ୍ମ ସଙ୍ଗୀତ ପରିବେଷଣ ପାଇଁ ପୁରୁଷ ଓ ମହିଳା ଗାୟକ ଆଣିବା ପାଇଁ ବ୍ରହ୍ମା କୁମ୍ଭାର ଓ ଶବର ସେଠୀଙ୍କୁ ଦାୟିତ୍ବ ଦିଆଗଲା।

ସ୍ମରଣିକା କିପରି ଉଚ୍ଚ କୋଟିର ହେବ ଏବଂ ଲେଖାଗୁଡ଼ିକ କିପରି ଶୀଘ୍ର ପହଞ୍ଚିବ ସେଥି ପାଇଁ ସ୍ମରଣିକା କମିଟିର ଅଧ୍ୟକ୍ଷ ଅଧ୍ୟାପକ ବାସୁଦେବ ପାତ୍ର ଙ୍କୁ ଦାୟିତ୍ବ ଦିଆ ଗଲା।ଶେଷରେ ସମ୍ପାଦକ ଶ୍ରୀ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ଉପ ସଭାପତି ବିଦ୍ୟାଧର ସ୍ୱାଇଁ, ମନୋରଞ୍ଜନ ପୁରୋହିତ, ସହ ସମ୍ପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ନିରଞ୍ଜନ ଗିରି, ପ୍ରଭାତ କୁମାର ଶତପଥୀ, ଗଜେନ୍ଦ୍ର ବାରିକ,  ଅକ୍ଷୟ କୁମାର ସ୍ୱାଇଁ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ସୁଧାଂଶୁ ଶେଖର ମିଶ୍ର, ନୀଳ ଲୋହିତ ମହାପାତ୍ର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।