ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା, ଖାତିଗୁଡ଼ା ଥାନା ଅନ୍ତର୍ଗତ ଖାତିଗୁଡ଼ା ଗାଁ ର ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇଙ୍କ ସନ୍ଦେହ ଜନକ ମୃତ୍ୟୁ ହଇଛି.ଟଙ୍କଧର ରାତିରେ ଗାଁ ରେ ନାଟ ଦେଖିବାକୁ ଯାଇ ଆଉ ଘରକୁ ଫେରି ନଥିଲେ, ରାତିରେ ନାଟ ଦେଖା ରେ ସାଙ୍ଗସାଥି ମାନଙ୍କ ସହ ଝଗଡା ହୋଇଥିଲା ଓ ସକାଳେ ତାହାର ମୃତ ଦେହକୁ ଶିବ ମନ୍ଦିର ଯିବା ରାସ୍ତା କଡରେ ପଡ଼ିଥିବା ର ଦେଖି ଥାନାରେ ଅଭିଯୋଗ କରିଥିବା କଥା ତାଙ୍କ ବଡ଼ ଭାଇ ଭବାନୀ ଶଙ୍କର ଦଳେଇ ପ୍ରକାଶ କରିଛନ୍ତି.ଟଙ୍କଧର ଙ୍କ ପୂର୍ବରୁ କୌଣସି ଲୋକଙ୍କ ସହ ଶତ୍ରୁତା ନଥିବା କଥା ମଧ୍ୟ ସେ କହିଥିବା ବେଳେ କିଏ ଏହା ହତ୍ୟା କରିଛି ଏବେ ସୁଦ୍ଧା ସ୍ପଷ୍ଟ ହେଇନି, ଏହାର କାରଣ ଜାଣିବା ପାଇଁ ପ୍ରାଥମିକ ଭାବେ ଚାରି ଜଣ ଯୁବକକୁ ସନ୍ଦେହ ଜନକ ଭାବେ ଉଠେଇ ନେଇ ପଚରା ଉଚରା କରୁଛି ଖାତିଗୁଡ଼ା ପୋଲିସ

ଅଧିକ ତଦନ୍ତ ନିମନ୍ତେ ASO ଲଷ୍ମୀଧର ନାୟକଙ୍କ ନେତୃତ୍ୱରେ ଭବାନୀପାଟଣା ରୁ ଏକ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରୁଥିବା ବେଳେ ନବରଙ୍ଗପୁର ରୁ ଯୁବରାଜ ପୁଷ୍ଟିଙ୍କ ନେତୃତ୍ୱ ରେ ସନ୍ଦେହୀ କୁକୁର ଟିମ ଆସି ଦୋଷୀ କୁ ଧରିବା ପାଇଁ ଯରଜାର ଉଦ୍ୟମ ଜାରି ରଖିଛନ୍ତି.ଏହା ପାପଡାହାଣ୍ଡି SDPO ଶ୍ରୀ ଆଦିତ୍ୟ ସେନଙ୍କ ତତ୍ୱାବଧାନ ରେ ଚାଲୁଥିବା ବେଳେ ଖାତିଗୁଡ଼ା IIC ଗୋଲରୀ ଓ ତେନ୍ତୁଳୀଖୁଣ୍ଟି IIC ଅଭିମନ୍ୟୁ ଦୁର୍ଗା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ରେ ଦୋଷୀ କୁ ଧରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି, ଏଭଳି ଏକ ହୃଦୟ ବିଦାରକ ଘଟଣା ର ଦତନ୍ତ କାର୍ଯ୍ୟକୁ ଦେଖିବା ପାଇଁ ଶହ ଶହ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା

ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟି ଥିବା ବେଳେ ଦିନକୁ ଦିନ ଅପରାଧ ବୃଦ୍ଧି ପାଉଥିବାରୁ ଲୋକଙ୍କ ମନରେ କାକୁଆ ଭୟ ସୃଷ୍ଟି ହୋଇଛି. ଆଗକୁ ଯେପରି ଜନ ଜୀବନ ସୁରକ୍ଷିତ ରହିବ ସେଇଥିପାଇଁ ସାଧାରଣରେ ଦାବି ହଇଛି.ଭାଇ ଟଙ୍କଧର ଙ୍କ ମୃତ୍ୟୁରେ ପରିବାର ଓ ବନ୍ଧୁବର୍ଗ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ଏହାର ଉଚିତ ନ୍ୟାୟ ପାଇଁ ସେମାନେ ଦାବି କରିଛନ୍ତି.ସେପଟେ ଏହି ଘଟଣା ବିଷୟରେ SDPO ଆଦିତ୍ୟ ସେନ ଙ୍କୁ ପଚାରିବାରୁ ସେ case no 107/23,U/S 304/34 IPC ରେ case କରି ତଦନ୍ତ ଜାରି ରଖିଥିବା ପ୍ରକାଶ କରିଥିବା ବେଳେ ପ୍ରକୃତ ଦୋଷୀ ନିଶ୍ଚିତ ଭାବେ ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ଦେଇଛନ୍ତି.