କେସିଙ୍ଗା; (ପ୍ରୀତେଶ ପଟେଲ)ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ବ୍ୟାପି ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିବା ବେଳେ ଆଜି ତାହା ତିନି ଦିନ ରେ ପହଞ୍ଚିଛି । ସାତ ଦଫା ଦାବି ନେଇ ସରକାର ଙ୍କ ସହିତ ଆଲୋଚନା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ବେଳେ ସରକାର ଦାବି ପୂରଣ ନ କଲେ ଆନ୍ଦୋଳନ ରି ଓହରିବୁ ନାହିଁ ବୋଲି ସଫା ସଫା କହିଛି ଡ୍ରାଇଭର ମହାସଂଘ ।

ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ଡ୍ରାଇଭର ମାନେ ଆନ୍ଦୋଳନ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ମଧ୍ୟ ସ୍ତିୟରିଂ ଛାଡ଼ି ବାସି ରହିଛି ଡ୍ରାଇଭର ସଂଘ । ତେବେ ଏଥିରେ ଜରୁରୀକାଳୀନ ସେବା ରେ ନିୟୋଜିତ ଡ୍ରାଇଭରମାନେ ଆନ୍ଦୋଳନରେ ସାମିଲ ହେବେ ନାହିଁ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଅଞ୍ଚଳ ର ସମସ୍ତ ଡ୍ରାଇଭର ଭାଇ ମାନେ ଆନ୍ଦୋଳନ କୁ ସମର୍ଥନ ଜଣାଇ ଧାରଣାରେ ବସିରହିଚନ୍ତି ।ଆସନ୍ତୁ ଶୁଣିବା କଣ କହୁଛନ୍ତି ଆନ୍ଦୋଳନକାରୀ