
କାର୍ଯ୍ୟକ୍ରମ ପରେ ଯୁବତୀ ଜଣକ ତାଙ୍କ ପାଇଁ ରୁମ ବୁକ୍ କରାଯାଇଥିବା ର୍ପଲ ଲିଫ୍, ନାମକ ଏକ ହୋଟେଲରେ ସେ ରହିଥିଲେ। ସେ ସେଠାରେ ପହଞ୍ଚିବା ପରେ, ସେ ଜାଣିବାକୁ ପାଇଥିଲେ ଯେ, ଲିଓ କ୍ଲବର ମାଲିକ ରଘୁନାଥ ସାହୁଙ୍କ ପାଇଁ ସେହି ହୋଟେଲରେ ତାଙ୍କ ରୁମର ଠିକ ସମୁଖ ରୁମକୁ ବୁକ୍ କରାଯାଇଛି।
ଭୁବନେଶ୍ବର: ମୁମ୍ବାଇର ଜରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ନନ୍ଦନକାନନ ପୁଲିସ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଘୁନାଥ ସାହୁ ଓରଫ ରାଜ (୩୦), ଆନନ୍ଦ ସେଠୀ (୨୭) ଓ ଶ୍ବେତା ସାଲୋନୀ (୨୧)। ଅଭିଯୋଗକାରିଣୀଙ୍କ ଅଭିଯୋଗ କ୍ରମେ ନନ୍ଦନକାନନ ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହ ନିମ୍ନୋକ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାର ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ। ପଚରାଉଚରା ବେଳେ, ଅଭିଯୁକ୍ତ ମାନେ ଏହି ଘଟଣାରେ ନିଜର ସମ୍ପୃକ୍ତି ଥିବା ସ୍ଵୀକାର କରିଥିଲେ। ନିମ୍ନୋକ୍ତ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଭିଯୁକ୍ତ ରଘୁନାଥ ସାହୁ ଓରଫ ରାଜ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବା ବେଳେ, ତାଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ୭ ଗୋଟି ମାମଲା ରହିଥିବା ଜଣାପଡିଛି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।