ଧର୍ମଗତ:୨୬/୧୦(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅଧୀନସ୍ଥ ଥନଟ ଗ୍ରାମର କୁନି ପୁଅ ଅସମ୍ଭବ କୁ ସମ୍ଭବ କରି ଚର୍ଚ୍ଚା ପରିସରକୁ ଆସିଛନ୍ତି। ମାତ୍ର ୧.୬ ବର୍ଷ ବୟସରେ ସମ୍ଭବ ପଣ୍ଡା ପ୍ରଥମ ସ୍ଥାନ ପ୍ରଥମ ଛୋଟ ବୟସ ଶିଶୁ ଭାବରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ସ୍ଥାନ ପାଇଛନ୍ତି।

ଲିଙ୍ଗରାଜ ପଣ୍ଡା ଓ ଦୀପ୍ତି ମୟ ପଣ୍ଡା ଙ୍କ ପୁଅ ସମ୍ଭବ ଙ୍କ ଵୟସ ମାତ୍ର ଏକ ବର୍ଷ ଛଅ ମାସ ଏହି ଵୟସ ରେ ଇଂରାଜୀ ରେ ଏଗାର ଟି ନିଜର ଅଙ୍ଗର ନାମ ଇଂରାଜୀରେ ନଅ ଟି ପନିପରିବା ର ନାମ ଅନୁବାଦ ସାତ ଟି ପଶୁପକ୍ଷୀ ଙ୍କ ସ୍ଵର ଉଚ୍ଚାରଣ ଇଂରାଜୀରେ ସାତ ଟି ଫଳ କୁ ଚିହ୍ନଟ କରିପାରିବା ଇଂରାଜୀରେ ଆଠଟି କରିପାରୁଥିବା ରୁ କୁନି ଶିଶୁ ସମ୍ଭଵ ର ନାମ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନିତ ହେଇଛି।

ଏକ ବର୍ଷ ଛଅ ମାସ ର ଶିଶୁ ଭାବରେ ଏହି ସମ୍ମାନ ପାଇବାର ସେ ପ୍ରଥମ ବୋଲି ପରିବାର ପକ୍ଷରୁ ପ୍ରକାଶ। ସମ୍ଭବ ଙ୍କ ଏଭଳି ପ୍ରତିଭା ପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସୁଅ ଛୁଟିଛି।