ବୌଦ୍ଧ: ୧୫/୯ (ଚିତ୍ତ ରଞ୍ଜନ ସିଂ)ପାଖେଇ ଆସୁଛି ନୂଆଖାଇ ।ଏଥିପାଇଁ ଏବେଠାରୁ ଲାଗିଲାଣି ସଜବାଜ ।ଗାଁଠୁଁ ସହର ସବୁଆଡେ ଚଳଚଞ୍ଚଳ ।ହାଟବଜାର ସବୁଆଡେ ଗହଳି ଚହଳି । ନୂଆଁଖାଇରେ ସମ୍ବଲପୁରୀ ଶାଢ଼ୀର ଗୋଟେ ସ୍ଵତନ୍ତ୍ରତା ରହିଥାଏ ।ଏଥିପାଇଁ ବୌଦ୍ଧ ଜିଲ୍ଲାର ଦୋକାନ ବଜାର ହାଟ ମାନଂକରେ ଏବେ ରକମ ରକମର ଦେଖିବାକୁ ମିଳୁଛି ସମ୍ବଲପୁରୀ ଶାଢ଼ୀ ।ଏଇ ସମୟରେ ବୁଣାକାରମାନେ ମଙ୍ଗାରେ ଶାଢ଼ୀ ବୁଣିବାରେ ବ୍ୟସ୍ତ ଥିବାବେଳେ ବେପାରୀମାନେ ବେଶ୍ ଦି ପଇସା ରୋଜଗାର କରିଥାନ୍ତି । ସେହିଭଳି ଗ୍ରାହକମାନେ ମଧ୍ୟ ରେଟ୍ କୁ ଖାତିରି ନକରି କିଣୁଛନ୍ତି ବିଭିନ୍ନ ପ୍ରକାରର ସମ୍ବଲପୁରୀ ଶାଢ଼ୀ ।

ମଙ୍ଗାରେ ବୁଣା ଚାଲିଛି ରକମ ରକମର ଶାଢ଼ୀ।ଦିନରାତି ଏକ କରି ବମକେଇ, ସପଟା,ଆସମାନତାରା,ଫେରା ଭଳି ଭଳିକି ଭଳି ଶାଢ଼ୀ ବୁଣୁଛନ୍ତି ବୁଣାକାର,।ପରିବାରର ସମସ୍ତେ ଲାଗିପଡିଛନ୍ତି ଶାଢୀ ତିଆରି ରେ।ନୂଆଖାଇ ଆଉ ଅଳ୍ପଦିନ ଥିବାବେଳେ ବଜାର ହେଉ କି ଦୋକାନ ହେଉ ସବୁଠି ରକମ ରକମର ସମ୍ବଲପୁରୀ ଶାଢ଼ୀର ପସରା ଓ ଲୋକଙ୍କ ଭିଡ । କାରଣ ଆଉ ଅଳ୍ପଦିନପରେ ଆସୁଛି ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ ।ନୂଆଖାଇରେ ସମ୍ବଲପୁରୀ ଶାଢ଼ୀର ଚାହିଦା ଟିକେ ଅଧିକା ରହିଥାଏ ।

କାରଣ ପ୍ରତ୍ୟେକ ଘରେ ନୂଆଁ ସମ୍ବଲପୁରୀ ଶାଢ଼ୀ ପିନ୍ଧୁଥିବାରୁ ହାଟ ବଜାରରେ ଏବେ ଭିଡ ପରିଲକ୍ଷିତ ହେଉଛି ।ସେଥିପାଇଁ ଅନ୍ୟ ସମୟ ଅପେକ୍ଷା ଏବେ ସମ୍ବଲପୁରୀ ଶାଢ଼ୀର ବିକ୍ରିବଟା ଅଧିକ ହୋଇଥାଏ ।ବେପାରୀ ମାନେ ବି ବେଶ ଦି ପଇସା ରୋଜଗାର କରୁଥିବା ବେଳେ ଗ୍ରାହକ ମାନେ ବି ରେଟ୍ କୁ ଖାତିର ନ କରି କିଣିଥାନ୍ତି ।ସେହି ପରି ଗୃହୀଣୀ ମାନଙ୍କର ପ୍ରଥମ ପସନ୍ଦ ହୋଇଛି ସମ୍ବଲପୁରୀ ଶାଢୀ । ନୂଆଁଖାଇରେ ଧନୀ ହେଉ କି ଗରୀବ ପ୍ରତ୍ୟେକ ଘରେ ସମ୍ବଲପୁରୀ ଶାଢ଼ୀ ପନ୍ଧିବାର ପରମ୍ପରା ରହିଛି ।ଏଥି ପାଇଁ ବିଶେଷ କରି ମହିଳା ମାନେ ଶାଢ଼ୀ ପିନ୍ଧି ମା ଲକ୍ଷ୍ମୀଙ୍କ ଠାରେ ପୂଜା କରିଥାନ୍ତି ଓ ନୂଆଁଖାଇ ସାରିବା ପରେ ପ୍ରାୟ ମାସେ ପର୍ଯ୍ୟନ୍ତ ମିତା ମୈତ୍ର ଘରକୁ ତିହାର ଦେବା ପ୍ରଥାରେ ସମ୍ବଲପୁରୀ ଶାଢ଼ୀର ବ୍ୟବହାର କରାଯାଏ ।ବର୍ଷକର ତିହାର ନୂଆଁଖାଇରେ ପଶ୍ଚିମ ଓଡ଼ିଶାର ଗୋଟେ ସ୍ବତନ୍ତ୍ର ପରିଚୟ ଦେଇଥାଏ ଏଇ ସମ୍ବଲପୁରୀ ଶାଢ଼ୀ ।